କ୍ରାଇମ

ଠକେଇ ଅଭିଯୋଗରେ ଝାଡ଼ଖଣ୍ଡରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଓଡ଼ିଶା ପୁଲିସ – Utkal Mail


ଭୁ‌ବନେଶ୍ବର: ଛାତ୍ରବୃତ୍ତି ଠକେଇ ଓ ସୋଲାର ଯନ୍ତ୍ରାଂଶ ଠକେଇ ଅଭିଯୋଗରେ ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୨ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନିଶାନ୍ତ ପ୍ରକାଶ ଜୟସ୍ବାଲ ଓ ଅମର ଦାନିଶ। ଉଭୟ ଅଭିଯୁକ୍ତ ବାସ୍ତବ ଇଣ୍ଡିଆ ଟ୍ରଷ୍ଟର ଓଡ଼ିଶା ଶାଖା ପାଇଁ ଫିଲ୍ଡ ଅଫିସର ଓ ପ୍ରକଳ୍ପ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ପୁଲି ଗତବର୍ଷ ନଭେମ୍ବର ୩୦ରେ ହୋଇଥିବା ଏତଲା କ୍ରମେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ନିଶାନ୍ତ ପ୍ରକାଶ ଜୟସ୍ବାଲ ଓ ଅମର ଦାନିଶଙ୍କୁ ଇଓଡବ୍ଲୁ ଗିରଫ କଲା ପରେ ରାଞ୍ଚିସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଛି। ଏହା ପରେ ଭୁବନେଶ୍ବରକୁ ୪୩ ଘଣ୍ଟା ପାଇଁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଅଭିଯୁକ୍ତମାନଙ୍କୁ ଆଜି କଟକସ୍ଥିତ ଓପିଆଇଡି କୋର୍ଟରେ ହାଜର କରାଯିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button