ଆପଣଙ୍କ ପାଦ ବି ସବୁବେଳେ ଥଣ୍ଡା ରହୁଥିଲେ ଶରୀର ଦେଉଛି ଏହିସବୁ ଅଭାବର ସଙ୍କେତ, ଅଣଦେଖା କଲେ ବଢିପାରେ ସମସ୍ୟା
ଶୀତ ଦିନେ ହାତ ଓ ପାଦ ଥଣ୍ଡା ଲାଗିବା ଏକ ସାଧାରଣ କଥା ଅଟେ । ହେଲେ କଣ ଆପଣ ଜାଣନ୍ତି କି ସବୁ ବେଳେ ସାଧାରଣ ଲାଗୁଥିବା କଥା ପଛରେ କିଛି ଅସାଧାରଣ କାରଣ ବି ରହିଥାଇ ପାରେ । ଯେମିତିକି ଶୀତ ଦିନେ ଅଧିକାଂଶ ସମୟ ହାତ କିମ୍ବା ପାଦରେ ଥଣ୍ଡା ଲାଗି ରହିବା ଆପଣଙ୍କ ଶରୀରରେ ଏକ ଗୁରୁତ୍ଵପୂର୍ଣ୍ଣ ଭିଟାମିନ ର ଅଭାବ ହୋଇପାରେ ବା ଏହା ରକ୍ତ ହୀନତାର ମଧ୍ୟ କାରଣ ହୋଇପାରେ ।

ଏହା ଶରୀରରେ ଭିଟାମିନ ବି ୧୨ ଅଭାବର ଲକ୍ଷଣ ଅଟେ । ଶରୀର ଆବଶ୍ୟକ କରୁଥିବା ଭିଟାମିନ ଗୁଡ଼ିକ ମଧ୍ୟରୁ ଭିଟାମିନ ବି ୧୨ ଏକ ବିଶେଷ ଗୁରୁତ୍ବପୂର୍ଣ୍ଣ ଭିଟାମିନ ଅଟେ । ଯାହା ଶରୀରରେ ବୃଦ୍ଧି, ମାନସିକ ସ୍ତରରେ ସ୍ଥିରତା ଆଦିରେ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ ।
ଶରୀରରେ ଭିଟାମିନ ବି ୧୨ ଅଭାବ ଥିବାର ଲକ୍ଷଣ ଗୁଡ଼ିକ ହେଉଛି :- ଦୁର୍ବଳ ଲାଗିବା, ଜଲ୍ଦୀ ହାଲିଆ ହୋଇଯିବା, ମାନସିକ ଅସ୍ଥିରତା, ଶୀତ ଦିନେ ପାଦ ଅଧିକ ଥଣ୍ଡା ଲାଗିବା ଇତ୍ୟାଦି ।

ତେବେ ଜାଣନ୍ତୁ ଏହାକୁ କିପରି ଦୂର କରିବେ :- ବାଦାମ ଓ ଡ୍ରାଏ ଫ୍ରୁଟସ ଖାଆନ୍ତୁ, ନିୟମିତ କ୍ଷୀର ପିଅନ୍ତୁ, ଡାଳିମ୍ବ ଓ ବିଟ୍ ଭଳି ଖାଦ୍ୟ ଖାଆନ୍ତୁ, ପୋଇ ଓ ଶାଗ ଜାତୀୟ ଖାଦ୍ୟ ଖାଆନ୍ତୁ ।