ଓଡିଶା

ପୁଣି ଆଉ ଏକ ଲଘୁଚାପ: ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା, ତେଲ ଓ ହୀତୀର ପାଣିରେ ଫୁଲିପାରେ ମହାନଦୀ

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମ ଓ ସଂଲଗ୍ନ ବାଂଲାଦେଶରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି। ଆଜି ଏହା ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ପଶ୍ଚିମ ଓଡିଶା ସମେତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ତେଲ ଓ ହୀତୀର ପାଣିରେ ଫୁଲିପାରେ ମହାନଦୀ ।

ତେଣୁ ସବୁ ଜିଲ୍ଲାପାଳ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ପାଣିପାଗ ବିଭାଗ ଆକଳନ ଅନୁସାରେ, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବ। ଝାଡଖଣ୍ଡ ଓ ଏହାର ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ କେନ୍ଦ୍ରୀଭୂତ ହେବ। ଏହା ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ମୟୂରଭଞ୍ଜ, କନ୍ଦୁଝର ଓ ଦେବଗଡ଼ରେ ଭାରୀ ବର୍ଷା ହୋଇପାରେ। ଆଉ କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଟକ ବାଙ୍କୀରେ ସର୍ବାଧିତ ୩୧୭ ମିମି ବର୍ଷା ହୋଇଛି। ନୟାଗଡ଼ ଜିଲ୍ଲା ଭାପୁରରେ ୨୧୦, ବେଗୁନିଆରେ ୧୮୬ ମିମି ବର୍ଷା ହୋଇଛି। ଅନ୍ୟପଟେ ପ୍ରବଳ ବର୍ଷାରେ ଆଠଗଡ-ସମ୍ୱଲପୁର ରାସ୍ତା ବୁଡିଲା। ବୀରମହାରାଜପୁର-ଆମ୍ରପଲ୍ଲୀ ରାସ୍ତାରେ ୫ ଫୁଟ ପାଣି। କିନ୍ତୁ ହୀରାକୁଦ ତଳମୁଣ୍ଡରେ ବଡ଼ ବନ୍ୟା ପରିସ୍ଥିତି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button