ନୀତି

ମହିଳାଙ୍କ ପାଇଁ ‌ନୋଟ୍‌ ଛାଡ଼ିଗଲା ଘରକୁ ଆସିଥିବା ଇଲେକ୍‌ଟ୍ରିସିଆନ୍‌ – Utkal Mail


ନୂଆଦିଲ୍ଲୀ: ଘରକୁ କିଛି କାମ କରିବାକୁ ଆସିଥିବା ବ୍ୟକ୍ତି ସୁନ୍ଦର ମହିଳାଙ୍କୁ ଦେଖିଲେ ତାଙ୍କ ସହ ଫ୍ଲର୍ଟିଂ କରିବା କଥା ଅତି ପୁରୁଣା। ନିକଟରେ ବି ସେପରି ଏକ ମାମଲା ସାମ୍ନାକୁ ଆସିଛି। ଘରର ପଙ୍ଖା ସଜାଡ଼ିବାକୁ ଆସିଥିବା ଜଣେ ଇଲେକ୍‌ଟ୍ରିସିଆନ୍‌ ମହିଳାଙ୍କ ସହ ଯେପରି ଆଚରଣ ଦେଖାଇଥିଲେ ମହିଳା ଜଣକ ତାହାକୁ ଏବେ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।

ଆମେରିକାର ବାସିନ୍ଦା ମ୍ୟାସିୟନ୍‌ ମ୍ୟାକ୍‌କ୍ରେକନ୍‌ ନାମ୍ନୀ ମହିଳାଙ୍କ ସହ ଯାହା ଘଟିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ବାମୀ ଓ ଶଶୁର ଘରେ ନଥିବା ସମୟରେ ଇଲେକ୍‌ଟ୍ରିସିଆନ୍‌ ଜଣକ ପଙ୍ଖା ସଜାଡ଼ିବାକୁ ଆସି ପହଞ୍ଚିଥିଲେ। ସେ ମହିଳାଙ୍କ ସହ ଆବଶ୍ୟକତାଠାରୁ ଅଧିକ ମଧୁର ଭାବେ କଥା ହେଉଥିଲେ। ଯାହାକି ମହିଳାଙ୍କୁ ଅସହଜ ଅନୁଭବ କରାଉଥିଲା।

ସବୁଠାରୁ ମଜାଦାର୍‌ କଥା ହେଉଛି ଇଲେକ୍‌ଟ୍ରିସିଆନ୍‌ ଜଣକ ମହିଳାଙ୍କ ପାଇଁ ଯିବାବେଳକୁ ଏକ ନୋଟ୍‌ ଛାଡ଼ି ଯାଇଥିଲେ। ଯାହାକୁ ଏବେ ମହିଳା ତାଙ୍କ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।

ନୋଟ୍‌ରେ ଲେଖାଥିଲା, ‘ମୁଁ ତୁମକ କିଛି ବି ଅମଙ୍ଗଳ ଚାହୁଁନାହିଁ। ଖାଲି ଏତିକି କହିବାକୁ ଚାହୁଁଛି ଯେ ତୁମେ ଖୁବ୍ ସୁନ୍ଦର। ହେ‌ଲେ ତୁମେ ବାହା ହୋଇସାରିଛ ବୋଲି ଜାଣି ମୋ ବନ ଭାଙ୍ଗିଗଲା। ତଥାପା ବି ମୋର କୌଣସି ଅସୁବିଧା ନାହିଁ। ଯଦି ତୁମେ ଚାହିଁବ ତ ମୋ ସହ ସମୟ ଅତିବାହିତ କରିପାରିବ। ତୁମେ ବିବାହିତ ବୋଲି ଜାଣିବା ପରେ ବି ମୁଁ ତୁମ ସହ ସମୟ ବିତାଇବାକୁ ରାଜି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button