ଦେଶ ବିଦେଶ

ଭାଇକୁ ରାଖି ବାନ୍ଧିବାକୁ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ, ସନ୍ତାନକୁ ଜନ୍ମ ଦେଇ ଆଖିବୁଜିଲା ଭଉଣୀ – Utkal Mail


ନୂଆଦିଲ୍ଲୀ: ଯୋଦ୍ଧପୁରରୁ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଖି ପୂର୍ଣ୍ଣିମା ହେତୁ  ଜଣେ ଅନ୍ତସତ୍ତ୍ବା ମହିଳା ତାଙ୍କ ସ୍ବାମୀଙ୍କ ସହିତ ଦୁଇପିଲାଙ୍କୁ ଧରି ବାଇକରେ ଭାଇକୁ ରାଖି ବାନ୍ଧିବ‌ା ପାଇଁ ଆସୁଥିଲେ । ଏହି ସମୟରେ ବାଟରୁ ତାଙ୍କୁ ଯମ ଟାଣି ନେଇଥିଲା। ଏହି ଦୁଃଖଦ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତିଟି ଲୋକ ଏହି ଲୋମଟାଙ୍କୁରା ଦୁର୍ଘଟଣାର ଦୃଶ୍ୟ ଦେଖିବା ପରେ ସେମାନଙ୍କ ପାର୍ଟିରୁ ଆପଣାଛାଏଁ ବାହାରି ପଡ଼ିଥିଲା, ହେ ଭଗବାନ ଏ କ’ଣ ‌ହେଲା?

ସୂଚନାଯୋଗ୍ୟ, ଯୋଦ୍ଧପୁରରୁରେ ଜଣେ ଅନ୍ତସତ୍ତ୍ବା ମହିଳା ତାଙ୍କ ସ୍ବାମୀ ଓ ଦୁଇପିଲାଙ୍କୁ ଧରି ଭାଇକୁ ରାଖି ବାନ୍ଧିବାକୁ ଖୁସିରେ ଘରୁ ବାହାରିଥିଲେ। ଭାଇର ଘର ଆଉ ଅଳ୍ପକିଛି ଦୂରରେ ଥିବା ବେଳେ ‌ମହିଳା ବସିଯାଉଥିବା ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଗାଡ଼ିରୁ ମହିଳାଙ୍କ ସମେତ ତାଙ୍କ ସ୍ବାମୀ ଓ ଦୁଇପିଲାବି ରାସ୍ତାକୁ ଛିଟିକି ପଡ଼ିଥିଲେ। ଆଉ ଧକ୍କା ଦେଇଥିବା ଟ୍ରକ ମହିଳାଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଫଳରେ ମହିଳା ଅନ୍ତସତ୍ତ୍ବା ଥିବା ବେଳେ ଦୁର୍ଘଟଣାସ୍ଥଳରେ ହିଁ ତାଙ୍କ ପ୍ରସବ ହୋଇଯାଇଥିଲା। କିନ୍ତୁ ପ୍ରସୂତିଙ୍କ ଘଟଣାସ୍ଥଳରେ ହଁ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏଦୁର୍ଘଟଣା ସମ୍ପର୍କ‌ରେ ସ୍ଥାନୀୟଲୋକେ ପୁଲିସକୁ ଖବର ଦେବା ସହିତ ଗୁରୁତର ଆହତ ଓ ନବଜାତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଚିକିତ୍ସା ପରେ ନବଜାତ ସୁସ୍ଥ ଅଛି। ଏହି ଘଟଣାକୁ ନେଇ ଡାକ୍ତର କହିଛନ୍ତି, ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’।

ତେବେ ଏହି ଦୁର୍ଘଟଣାର ଶିକାର ହୋଇଥିବ‌ା ମୃତକଙ୍କ ସ୍ବାମୀ ଓ ଦୁଇପିଲାଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ସ୍ବାମୀଙ୍କ ଚେତା ଫେରି ନାହିଁ। ଚେତା ଫେରିଲେ ସେଯଦି ତାଙ୍କ ସ୍ତ୍ରୀଙ୍କ ବିଷୟରେ ପଚାରିବେ ପରିବାରଲୋକେ ଯେ କି ଉତ୍ତର ଦେବେ କିଛି ବୁଝି ପାରୁ ନାହାନ୍ତି।

 


Related Articles

Leave a Reply

Your email address will not be published. Required fields are marked *

Back to top button