ବିଚାର

ମହିଳାଙ୍କ ଏହି ଅଙ୍ଗ ସବୁଠୁ ଶକ୍ତିଶାଳୀ, ଯାହା ଅନ୍ୟକୁ ଆକୃଷ୍ଟ କରିବା ପାଇଁ ଯଥେଷ୍ଟ…

ଶାସ୍ତ୍ର ପୁରାଣରେ ନାରୀମାନଙ୍କ ନେଇ ଅନେକ ଜିନିଷ ବର୍ଣ୍ଣନା କରାଯାଇଛି । ସେମାନଙ୍କ ଗୁଣ, ପ୍ରକୃତି.ଶାରୀରିକ ଗଠନ ଭଳି ଅନେକ ପ୍ରସଙ୍ଗରେ ସେମାନଙ୍କ ବାବଦରେ ଉଲ୍ଲେଖ ରହିଛି । ସେହି କ୍ରମରେ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ନାରୀଙ୍କ ବିଷୟରେ କହିଛନ୍ତି । ନାରୀର ଶକ୍ତି ବାବଦରେ ଚାଣକ୍ୟ ନିଜ ଶାସ୍ତ୍ରରେ ଆଲୋଚନା କରିଛନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ଜିନିଷ ତାଙ୍କ ପୁସ୍ତକରେ ଉଲ୍ଲେଖ କରାଯାଇଛି । କୁହାଯାଇଛି ଯେ ନିଜ ଜୀବନରେ ଚାଣକ୍ୟଙ୍କ ନୀତି ଗ୍ରହଣ କରୁଥିବା ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଆନ୍ତି। ହେଲେ ଶାସ୍ତ୍ରରେ ଏମିତି କିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହଁ ମହିଳା ମାନଙ୍କର ଏହି ଅଙ୍ଗ ବେଶ ଶକ୍ତିଶାଳୀ ବୋଲି ବର୍ଣ୍ଣନା ରହିଛି, ଯାହା ଅନ୍ୟକୁ ଆକୃଷ୍ଟ କରିବା ପାଇଁ ଯଥେଷ୍ଟ । କେବଳ ଶାରୀରିକ ନୁହେଁ, ମହିଳାମାନଙ୍କ କିଛି ନିର୍ଦ୍ଦିଷ୍ଟ ଅଙ୍ଗ ବାବଦରେ ଅନେକ ପୁସ୍ତକରେ ମଧ୍ୟ ବର୍ଣ୍ଣିତ ହୋଇଛି ।

ତେବେ ଆସନ୍ତୁ ଜାଣିବା ସେ କେଉଁ ଅଙ୍ଗ ବାବଦରେ ବଖାଣିଛନ୍ତି, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜଣେ ମହିଳାଙ୍କ ଶକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ତାଙ୍କୁ ସଫଳତାର ପାହାଚ ଚଢିବାକୁ ସାହାଯ୍ୟ କରେ । ଏହାସହ ଚାଣକ୍ୟ ବ୍ରାହ୍ମଣମାନଙ୍କର ଶକ୍ତି ଏବଂ ରାଜାମାନଙ୍କର ଶକ୍ତି ବିଷୟରେ ମଧ୍ୟ କହିଛନ୍ତି।

ଯେପରିକି ଆପଣ ଜାଣିଛନ୍ତି ଯେ ଜଣେ ବ୍ରାହ୍ମଣ ସର୍ବଦା ନିଜ ଜ୍ଞାନ ପାଇଁ ସମାଜରେ ଜଣାଶୁଣା, ଏବଂ ଜଣେ ବ୍ରାହ୍ମଣଙ୍କ ପାଖରେ ଯେତେ ଜ୍ଞାନ ଥିବ, ସେତେ ସମ୍ମାନ ପାଇବେ । କେବଳ ବ୍ରାହ୍ମଣମାନଙ୍କ ପାଇଁ ନୁହେଁ ବରଂ ବିପର୍ଯ୍ୟୟ ସମୟରେ ସମସ୍ତଙ୍କ ପାଇଁ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କର ଜ୍ଞାନ ହେଉଛି ଆପଣଙ୍କର ଜମା ହୋଇଥିବା ପୁଞ୍ଜି, ଯାହା ଆପଣଙ୍କୁ ଅନେକ ସଙ୍କଟରୁ ରକ୍ଷା କରିଥାଏ ।

ସେହିଭଳି ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ରାଜାଙ୍କର ସବୁଠାରୁ ବଡ ଶକ୍ତି ହେଉଛି ତାଙ୍କର ଶକ୍ତି। ଯଦି ରାଜା ନିଜେ ଶକ୍ତିଶାଳୀ ନୁହଁନ୍ତି, ତେବେ ତାଙ୍କ ପାଖରେ ସେନାପତି ଥିଲେ ବି ସେ ରାଜ୍ୟକୁ ଶାସନ କରିପାରିବେ ନାହିଁ । ସେଥିପାଇଁ ସମସ୍ତ ରାଜା ଶକ୍ତିଶାଳୀ ହେବା ନିହାତି ଆବଶ୍ୟକ ।

ଠିକ ସେହି ଭଳି ଜଣେ ମହିଳାଙ୍କର ସର୍ବଶ୍ରେଷ୍ଠ ଶକ୍ତି ବିଷୟରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଜଣେ ମହିଳାଙ୍କର ସବୁଠାରୁ ବଡ଼ ଶକ୍ତି ହେଉଛି ତାଙ୍କର ମଧୁର ସ୍ୱର ଏବଂ ସୌନ୍ଦର୍ଯ୍ୟ । ମିଠା ମିଠା କଥା କହୁଥିବା ମହିଳା ସମସ୍ତଙ୍କର ଅତି ପ୍ରିୟ ହୋଇଥାନ୍ତି । ଏପରି ମହିଳା ନିଜ କଥାରେ ସମସ୍ତଙ୍କ ହୃଦୟ ମଧ୍ୟ ଜିତନ୍ତି । ଏହା ବ୍ୟତୀତ, ଏପରି ମହିଳାଙ୍କ ଯୋଗୁଁ ସେମାନଙ୍କ ପରିବାରକୁ ମଧ୍ୟ ଖୁବ୍ ପ୍ରଶଂସା ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button