ଓଡିଶା

ବାଇକରେ ଲିଫ୍ଟରେ ଯିବାବେଳେ ପରିଚୟ, ନାଟକୀୟ କାଣ୍ଡ ଘଟାଇ ପୋଲିସକୁ ଚକମା ଦେଇ ବୁଲୁଛି ଅଭିଯୁକ୍ତ

ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଅନ୍ତର୍ଗତ ଅନୁଆରି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଭାରତୀ ଜେନା ବାଙ୍କୀ ଯିବାକୁ ଛକରେ ବସକୁ ଅପେକ୍ଷା କରି ଥିବାବେଳେ ସେହି ରାସ୍ତାରେ କେନ୍ଦୂପଲ୍ଲି ଗ୍ରାମ ପଞ୍ଚାୟତର ପତନୀ ଗ୍ରାମର ପ୍ରଦୀପ୍ତ କୁମାର ସାହୁ ନାମକ ଯୁବକଙ୍କୁ ଲିଫ୍ଟ ମାଗି ବାଙ୍କୀ ଯାଇଥିଲେ। ସେହି ଦିନ ଭାରତୀ ଜେନାଙ୍କ ଠାରୁ ଫୋନ୍ ନମ୍ବର ଆଣି ପ୍ରଦୀପ୍ତ ସାହୁ ଅଙ୍ଗନୱାଡ଼ି ଚାକିରି ଠାରୁ ବଡ଼ ଚାକିରି କରିଦେବା କହି ସମ୍ପର୍କ ସ୍ଥାପନ୍ କରି କର୍ମୀ ରହୁଥିବା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଠାରେ ଥିବା ବାପ ଘରକୁ ଯିବା ଆସିବା କରି ବନ୍ଧୁତା ସ୍ଥାପନ କରିଥିଲେ ।

ଧରମ ଭାଇ ହୋଇ ଭାରତୀଙ୍କୁ ଧରମ ଭଉଣୀ କରି ସବୁ ଆଡ଼େ ନେଇ ଯାଏ ପ୍ରଦୀପ୍ତ ସାହୁ ।

ମାତ୍ର କିଛି ଦିନ ପରେ ଭାରତୀଙ୍କୁ ପତ୍ନୀ ହିସାବରେ ରଖିବା ପାଇଁ ବାଧ୍ୟ କଲା ପ୍ରଦୀପ୍ତ । ସେ ରାଜୀ ନ ହେବାରୁ ଭାରତୀଙ୍କ ସ୍ଵାମୀଙ୍କ ଠାରୁ ବିଚ୍ଛିନ୍ନ କରିବାର ଯୋଜନା କରି ଭାରତୀଙ୍କୁ ବତାଇ ତାଙ୍କ ସ୍ଵାମୀଙ୍କ ନାଆଁରେ ମିଛ ମୋକଦ୍ଦମା କରି ଦୁଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କଲା । ଏହାପରେ ଭାରତୀଙ୍କୁ ବିବାହ କରିବାକୁ ବାଧ୍ୟ କଲା। ଏପରିକି ଘରେ ପଶି ମାଡ ମାରିବା ଅଭିଯୋଗରେ ଗତ ୨୦୨୨ ମସିହା ଅକ୍ଟୋବର ମାସ ସାତ ତାରିଖରେ ବେଗୁନିଆ ଥାନା ରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା। ଭବିଷ୍ୟତରେ ଆଉ ନ କରିବାକୁ ପ୍ରତିଶୃତି ଦେଇ ରହିଥିଲା। ପୁଣି ଦିନେ ଭାରତୀ ଅଙ୍ଗନୱାଡ଼ି କେନ୍ଦ୍ର ଅନୁଆରିକୁ ଖଜୁରୀପଦା ରାସ୍ତାରେ ଯିବା ବେଳେ ପ୍ରଦୀପ୍ତ ମାଡ ମାରିବା ବେଳେ ଜଣେ ସାମ୍ବାଦିକ ଦେଖି ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ।

ସେହି ଦିନ ଠାରୁ ପୁଣି ଆକ୍ରମଣ କରିବା ଯୋଜନା କରି ଗତ ଅଗଷ୍ଟ ମାସ ୧୨ତାରିଖ ଦିନ ଭାରତୀ ଜେନା ଅନୁଆରି କେନ୍ଦ୍ରକୁ ନିଜ ସ୍କୁଟିରେ ଯାଉଥିବା ବେଳେ ଦୁଇଜଣ ମୁଁହରେ ରୁମାଲ ଭିଡ଼ି ଆପାଚୀ ବାଇକରେ ଆସି ଅଙ୍ଗନ ୱାଡ଼ି କର୍ମୀଙ୍କୁ ରାସ୍ତାରେ ଧାରୁଆ ମାରଣାସ୍ତ୍ରରେ ହାଣି ଚାଲିଲେ। କର୍ମୀ ଜଣକ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଚିତ୍କାର କରୁଥିଲେ । ସେହି ବାଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ କହି ସମ୍ପର୍କୀୟ ଓ ବାପାଙ୍କୁ ଫୋନ୍ କରିବା ପରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏମ ସ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇ ଏବେ ଘରେ ଶୋଇ ରହିଛନ୍ତି। ବାପା ବାଙ୍କୀ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ହେଲେ ୧୩ଦିନ ବିତିଲାଣି ତଥାପି ପ୍ରଦୀପ୍ତ ସାହୁର ଟେର ପାଇ ପାରୁନି ପୋଲିସ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button