କ୍ରାଇମ

୧୨ବର୍ଷ ହେବ ସ୍ତ୍ରୀର ହାତ ଓ ଗୋଡ଼ ଆଙ୍ଗୁଳି ଭାଙ୍ଗି ବିବସ୍ତ୍ର କରି ରଖିଥିଲା ସ୍ବାମୀ – Utkal Mail


ନୂଆଦିଲ୍ଲୀ: ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଏକ ବିଶ୍ବାସର ସମ୍ପର୍କ ରହିଥ‌ାଏ। ଏହି ସମ୍ପର୍କ ମଲା ଯାଏଁ ସାଙ୍ଗରେ ଥାଏ। ତେବେ ନିକଟରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ୧୨ବର୍ଷ ହେବ ବନ୍ଦୀ କରି ରଖିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ କବଳରୁ ଦୀର୍ଘ ୧୨ବର୍ଷ ପରେ ମହିଳାଙ୍କୁ ଉଦ୍ଧାର କରାଯିବା ସହିତ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ଫ୍ରାନ୍ସ ପୁଲିସର କହିବାନୁସାରେ, ‌ଗତ ସେମବାର ଜର୍ମାନର ଜଣେ ନାଗରିକଙ୍କୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ୧୨ବର୍ଷ ହେବ ଘରେ ବନ୍ଦୀ କରି ରଖିଥିଲେ। ଉଦ୍ଧାର ସମୟରେ ମହିଳା ବିବସ୍ତ୍ର ଥିବା ସହିତ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ରହିଥିଲା। ହାତ ଓ ଗୋଡ଼ର ଆଙ୍ଗୁଳି ହାଡ ବି ଭାଙ୍ଗି ଯାଇଥିଲା। ସ୍ତ୍ରୀ ଯେଉଁ ଘରେ ବନ୍ଦୀ ଥିଲେ ତାହାକୁ ମେଟାଲ ତାରରେ ବନ୍ଦୀ କରାଯାଇଥିଲା।

ଉକ୍ତ ଯୁବକଙ୍କ ଘରକୁ ଜଣେ ସାଙ୍ଗ ବୁଲିବାକୁ ଆସିଥିଲେ। ସେ ଯୁବକଙ୍କ ଶୋଇବା ଘରକୁ ଦେଖି କିଛି ଅସ୍ବାଭାବିକ ଅନୁଭବ କରିଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକସ୍ମିକ ଚଢ଼ାଉ କରିଥିଲା। ଆଉ ଏକ ଘରୁ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ଗୁରୁତର ମହିଳାଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ସହିତ ସ୍ବ‌ାମୀଙ୍କୁ ଗିରଫ କରି ଥାନାକୁ ନେଇ ଯାଇଥିଲା।

ହସ୍ପିଟାଲରେ ପୀଡିତଙ୍କ ବୟାନ ରେକର୍ଡ କଲାପରେ ଏସବୁ ଘଟଣା ସାମ୍ନାକୁ ଆସିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button