ଦେଶ ବିଦେଶ

ଚୀନ ଗସ୍ତରେ ସୁରକ୍ଷା ପରିଷଦ ଉପଦେଷ୍ଟା ଅଜିତ ଡୋଭାଲ୍‌

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ କୂଟନୈତିକ ଘଟଣାକ୍ରମେ ଭାରତର ଜାତୀୟ ସୁରକ୍ଷା ପରିଷଦର ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ୍‌ ମଙ୍ଗଳବାର ଚୀନରେ ପହଞ୍ଚିଛନ୍ତି। ପୂର୍ବ ଲଦାଖରେ ସେନା ସଂଘର୍ଷ ପରେ ଦୀର୍ଘ ୪ ବର୍ଷ ଧରି ଭାରତ-ଚୀନ ମଧ୍ୟରେ କୌଣସି ଦ୍ବିପାକ୍ଷିକ ଆଲୋଚନା ହୋଇନାହିଁ। ୪ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ଅକ୍ଟୋବର ୨୧ରେ ଲଦାଖ୍‌ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଉଭୟ ଦେଶ ରାଜି ହୋଇଥିଲେ।

ଏହାପରେ ପ୍ରଥମ ଥର ନିମନ୍ତେ ଉଭୟ ଦେଶର ଉଚ୍ଚସ୍ତରୀୟ ଅଧିକାରୀଙ୍କ‌ ବୈଠକ ଅନୁଷ୍ଠିତ ହେଉଛି। ଏହି କ୍ରମରେ, ଅଜିତ ଡୋଭାଲ୍‌ ୨୩ତମ ସ୍ବତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକରେ ବୁଧବାର ଯୋଗ ଦେବେ। ଚୀନର ସୁରକ୍ଷା ପରିଷଦ ଉପଦେଷ୍ଟା ଓ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୟିଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନା ପୂର୍ବରୁ ଆଜି ଚୀନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଲିନ୍‌ ଜିଆନ୍‌ କହିଛନ୍ତି, ଅକ୍ଟୋବର ୨୪ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ଆପୋସ ବୁଝାମଣାରେ ସୃଷ୍ଟି ହୋଇଥିବା ପ୍ରତିବଦ୍ଧତାକୁ ସମ୍ମାନ ଦେବାକୁ ଚୀନ ପ୍ରସ୍ତୁତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button