ରୁଷ ଯୁଦ୍ଧ ଜାହାଜରେ କିମଜଙ୍ଗ୍, ଦେଖିଲେ ହାଇପରସୋନିକ୍ କ୍ଷେପଣାସ୍ତ୍ର ସଜ୍ଜିତ ମିଗ୍-୩୧ ବିମାନ – Utkal Mail
ଭ୍ଲାଦିଭୋସ୍ତକ : ଉତ୍ତର କୋରିଆର ଏକଛତ୍ର ଶାସକ କିମ୍ ଜଙ୍ଗ୍ ଉନ୍ ଏବେ ରୁଷିଆ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଋଷର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରୁଷିଆର ଆଣବିକ କ୍ଷମତା ସମ୍ପନ୍ନ ରଣନୈତିକ ବୋମାବର୍ଷୀ, ହାଇପରସୋନିକ୍ କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ଜାହାଜ ବୁଲି ଦେଖିଛନ୍ତି। ଏହା ପୂର୍ବରୁ ପ୍ରଶାନ୍ତ ମହାସାଗରୀୟ ସହର ଭ୍ଲାଦିଭୋଷ୍ଟୋକଠାରୁ ପ୍ରାୟ ୫୦ କିଲୋମିଟର ଦୂର ରୁଷିଆର କାନେଭିଚି ଏୟାରଫିଲ୍ଡରେ କିମ୍ ଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁ ସ୍ୱାଗତ କରିଥିଲେ। ରିସେପସନ୍ ସମୟରେ କିମ୍ ଜଙ୍ଗ୍ ଉନ୍ ଙ୍କୁ ମଧ୍ୟ ଗାର୍ଡ ଅଫ ଅନର ଦିଆଯାଇଥିଲା।
ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସୋଇଗୁ ଉତ୍ତର କୋରିଆ ନେତାଙ୍କୁ ଏକ ମିଗ୍-୩୧ଆଇ ସୁପରସୋନିକ୍ ଇଣ୍ଟରସେପ୍ଟର ବିମାନ ଦେଖାଇଥିଲେ ଯେଉଁଥିରେ କିଞ୍ଜାଲ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ରହିଛି । ଏହି ସମୟରେ ଋଷର ପ୍ରତିରକ୍ଷା ମନ୍ତ୍ରୀ କିମଙ୍କୁ ଏହି ବିମାନ ବିଷୟରେ କହିଥିଲେ, ଯାହା ମସ୍କୋରୁ ଜାପାନକୁ ଉଡ଼ିପାରିବ ଏବଂ ପରେ ଫେରିପାରିବ । ରିପୋର୍ଟ ଅନୁଯାୟୀ ଏହାର ରେଞ୍ଜ ୧୫୦୦ରୁ ୨୦ କିଲୋମିଟର (୯୩୦-୧୨୪୦ ମାଇଲ) ଥିବା ବେଳେ ୪୮୦ କିଲୋଗ୍ରାମ (୧୧୦୦ ପାଉଣ୍ଡ) ପେଲୋଡ୍ ବହନ କରୁଛି।
ଏହା ସହିତ କିମକୁ ୟୁକ୍ରେନ ଯୁଦ୍ଧରେ ବ୍ୟବହାର ହେଉଥିବା ସବୁପ୍ରକାରର ଯୁଦ୍ଧ ବିମାନକୁ ପ୍ରଦର୍ଶିତ କରାଯାଇଥିଲା । ଯେଉଁଥିରେ ନିୟମିତ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରୁଥିବା ଟିୟୁ-୧୬୦, ଟିୟୁ-୯୫ ଏବଂ ଟିୟୁ-୨୨ ବୋମାବର୍ଷୀ ବିମାନ ରହିଛି। ଏହାପରେ କିମ୍ ଓ ସୋଇଗୁ ଭ୍ଲାଦିଭୋଷ୍ଟୋକ ଗସ୍ତ କରିଥିଲେ, ଯେଉଁଠାରେ ରୁଷିଆର ନୌସେନାର ଏକ ଯୁଦ୍ଧକୁ ବୁଲି ଦେଖିଥିଲେ କିମ୍ । ସୋଇଗୁ ଜାହାଜର ସାମର୍ଥ୍ୟ ଏବଂ ଅସ୍ତ୍ରଶସ୍ତ୍ର ବିଷୟରେ ଉତ୍ତର କୋରିଆ ନେତାଙ୍କୁ ଅବଗତ କରାଇଥିଲେ।