ସ୍ୱାସ୍ଥ୍ୟ

Health Tips- ଚିକେନ ଖାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆଜିର ଦିନରେ ତ ଆମିଷ ନ ହେଲେ ଖାଦ୍ୟ ହେଉନି ଏଭଳି କଥା ଏବଂ ଦୃଶ୍ୟ ପ୍ରାୟ ଦେଖିବା ପାଇଁ ମିଳୁଛି । ଆମିଷ ଖାଇବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ଆପଣ ଖାଉଥିବା ଆମିଷ କେତେ ଶୁଦ୍ଧ ବା ବିଶୁଦ୍ଧ ତାହା ଜାଣିବା ନିହାତି ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯେଉଁମାନେ ଚିକେନ ଖାଇବା ପାଇଁ ପାଗଳ ଏବଂ ଅଧିକ ଖାଉଛନ୍ତି ସେମାନେ ନିଜ ପାଇଁ କେଉଁ ସମସ୍ୟାକୁ ଡାକି ଆଣୁଛନ୍ତି । ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଅଧିକ ମାତ୍ରାରେ ଚିକେନ ଖାଉଥିବା ଯୁବକଙ୍କ ମଧ୍ୟରେ ଝିଅ ପିଲାଙ୍କର କିଛି ଲକ୍ଷଣ ଦେଖିବା ପାଇଁ ମିଳିଥାଏ । ଯେମିତି ଝିଅଙ୍କ ପରି ପୁଅମାନଙ୍କର ସ୍ତନ ମଧ୍ୟ ବଢିଥାଏ । ଏହା ଚିକେନ ଥିବା ହରମୋନ କାରଣରୁ ହୋଇଥାଏ । ଦେଶୀ କୁକୁଡା ସବୁ ଦ୍ରୁଷ୍ଟିରୁ ଭଲ ହୋଇଥାନ୍ତି । କିନ୍ତୁ ଏବେ ବ୍ରଏଲର କୁକୁଡା ମାନଙ୍କର ଚାହିଦା ବେଶୀ ।

ଏହି କୁକୁଡାକୁ ଶୀଘ୍ର ବଡ ହେବା ପାଇଁ ବହୁତ ପ୍ରକାର ଆଣ୍ଟି ବାଓଟିକ ଦିଆଯାଉଛି , ଯାହାକି ତାଙ୍କୁ ଶୀଘ୍ର ବଡ କରାଇବା ସହ ହୁଷ୍ଟପୃଷ୍ଟ ବନାଇଥାଏ । କିନ୍ତୁ ତାଙ୍କ ଶରୀରରେ ଦିଆଯାଉଥିବା ଏହି ଆଣ୍ଟି ବାଓଟିକ ଆମ ଶରୀର ଭିତରକୁ ଯିବା ବିଷ ସମାନ ହୋଇଥାଏ । ଯାହା ଧୀରେ ଧୀରେ କାର୍ଯ୍ୟ କରିଥାଏ ଶରୀରକୁ ନଷ୍ଟ କରିବା ପାଇଁ ।

ଚିକେନ ମଳକୁ ବ୍ୟବହାର କରି କରାଯାଇଥିବା ଫସଲକୁ ମଣିଷ ଖାଇବା ଦ୍ଵାରା ତାଙ୍କ ଶରୀରକୁ ହାନି ପହଞ୍ଚିଥାଏ । ଏଥିପ୍ରତି ଏକ ବଡ ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ । ନଚେତ ମଣିଷ ନିଜର ପ୍ରିୟ ଭୋଜନ ଭାବି ଖାଉଥିବା ଜିନିଷ ତାଙ୍କ ଜୀବନ ଯାଇବାର ଏକ ପ୍ରମୁଖ କାରଣ ବନିଯିବ ଆଉ ଅନେକ ଜାଗାରେ ବନୁଅଛି ମଧ୍ୟ ।

ମାଆ ପେଟରେ ଶିଶୁ ଥିବା ସମୟରେ ଯଦି ଏହି ଚିକେନ ଖାଇବା ଦ୍ଵାରା ଆଣ୍ଟି ବାଓଟିକ ମାଆ ପେଟକୁ ଯାଇଥାଏ ଆଉ ଶିଶୁ ତାହାକୁ ଗ୍ରହଣ କରିଥାଏ ତେବେ ଅନେକ ଜାଗାରେ ଏହି କାରଣ ପାଇଁ ଶିଶୁଙ୍କ ମୃତ୍ୟୁ ହେବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି । କୁକୁଡା ମାନଙ୍କୁ ବଢାଇ ଅଧିକ ଲାଭ କରିବା ନିମନ୍ତେ ଫାର୍ମର ମାଲିକ ମାନେ ବ୍ୟବାହାର କରୁଥିବା ଆଣ୍ଟି ବାଓଟିକ ମଣିଷକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button