ବ୍ୟବସାୟ

ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ, ୩ ଲକ୍ଷ କୋଟି ହରାଇଲେ ନିବେଶକ – Utkal Mail


ମୁମ୍ବାଇ: ବୁଧବାର ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି ।  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚଡିଏଫସି ବ୍ୟାଙ୍କ ସେୟାରରେ ପ୍ରବଳ ହ୍ରାସ ଯୋଗୁଁ ଷ୍ଟକ ବଜାରରେ ଦୁର୍ବଳତା ଦେଖାଦେଇଛି  । ପୁଣି ଆଜି ୟୁଏସ୍ ଫେଡେରାଲ ରିଜର୍ଭ ବୈଠକ ପୂର୍ବରୁ ନିବେଶକ ଆଶଙ୍କାରେ ଥିବା ଯୋଗୁଁ ଭାରତୀୟ ଷ୍ଟକ ବଜାରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି ।

ବିଏସଇ ସେନସେକ୍ସ ମୋଟ ୭୯୬ ପଏଣ୍ଟ ବା ୧.୦୫ ପ୍ରତିଶତ ହ୍ରାସ ସହ ୬୬,୮୦୦.୮୪ ପଏଣ୍ଟରେ ବନ୍ଦ ହୋଇଛି । ଏହାବ୍ୟତୀତ ଏନଏସଇ ନିଫ୍ଟି ୨୩୧.୯୦ ପଏଣ୍ଟ ବା ୧.୦୭ ପ୍ରତିଶତ ହ୍ରାସ ସହ ୧୯,୯୧୮ ସ୍ତରରେ ବନ୍ଦ ହୋଇଛି ।

ବଜାର ହ୍ରାସ ପଛରେ ମୁଖ୍ୟ କାରଣ ହେଉଛି ବ୍ୟାଙ୍କ ନିଫ୍ଟିରେ ହ୍ରାସ । ଆଜିର କାରବାରରେ ବ୍ୟାଙ୍କ ନିଫ୍ଟି ୭୦୩ ପଏଣ୍ଟକୁ ଖସି ଆସିଥିବା ବେଳେ ଏବେ ଏହା ୪୫,୩୯୦ ଅର୍ଥାତ୍ ୪୫,୪୦୦ ତଳକୁ ଖସି ଆସିଛି।

ସେପ୍ଟେମ୍ବର ୧୮ରେ ଭାରତୀୟ ଷ୍ଟକ ବଜାରର ମାର୍କେଟ୍ କ୍ୟାପ ୩,୨୩,୦୦,୧୧୫.୫୯ କୋଟି ଟଙ୍କା ଥିବା ବେଳେ ଆଜି ଏହା ୩,୨୦,୪୩,୧୧୪.୩୦ କୋଟି ଟଙ୍କାକୁ ଖସି ଆସିଛି। ଅର୍ଥାତ୍ ଆଜିର କାରବାର ଅଧିବେଶନରେ ଏପର୍ଯ୍ୟନ୍ତ ମାର୍କେଟ କ୍ୟାପ୍ ରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। ଫଳରେ ଆଜିର ହ୍ରାସ ପାଉଥିବା ବଜାରରେ ନିବେଶକଙ୍କ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ନଷ୍ଟ ହୋଇଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button