ସ୍ୱାସ୍ଥ୍ୟ

ହୃଦରୋଗକୁ ରୋକିବା ଏବଂ ମେଦବହୁଳତା ହ୍ରାସ କରିବା ସହିତ ଉପବାସର ଅଛି ଆହୁରି ଅନେକ ଫାଇଦା, ଜାଣନ୍ତୁ

ନବରାତ୍ର ରେ କୋଟି କୋଟି ଲୋକ ଉପବାସ କରୁଛନ୍ତି, କିନ୍ତୁ ଉପବାସ ମହତ୍ଵ କେବଳ ଧର୍ମ ପର୍ଯ୍ୟନ୍ତ ସୀମିତ ନୁହଁ, ଉପବାସ ଆଧାର ବିଜ୍ଞାନ ମଧ୍ୟ ଅଟେ । ବହୁତ ଅଧ୍ୟୟନ ଅନୁଯାଇ ଏହା କୁହା ଯାଇଛି ଯେ ଉପବାସ ଦ୍ଵାରା ବହୁତ ପ୍ରକାର ଲାଭ ପ୍ରାପ୍ତ ହୋଇଥାଏ, ବହୁତ ବଡ ବଡ ଦେଶ ଯେମିତିକି ଆମେରିକା ଓ ଜର୍ମନୀରେ ମଧ୍ୟ ଏହାର ଅଧ୍ୟୟନ ହୋଇଛି ଓ ବୈଜ୍ଞାନିକ ଏହା କହିଛନ୍ତି ଯେ ଉପବାସ ଲାଭକାରୀ ଅଟେ । ଉପବାସ କରିବା ଅର୍ଥ ବହୁତ ଫଳ ସେବନ ନୁହଁ, ବ୍ରତ ବା ଉପବାସ ଅର୍ଥ ଭୋକିଲା ରହିବା ବା କମ ମାତ୍ରାରେ ପୋଷ୍ଟିକ ଫଳ ସେବନ ଅଟେ ।

ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ :

– ନିୟମିତ ରୂପରେ ଉପବାସ କଲେ ଶରୀର ୧୦% ଚର୍ବି କମ ହୋଇଥାଏ, ଏହାର ଅର୍ଥ ଆପଣଙ୍କ ଓଜନ କମିବାକୁ ଲାଗିବ ।

– ଏହା ଦ୍ଵାରା ଖରାପ କୋଲେଷ୍ଟ୍ରୋଲ ମାତ୍ରାରେ ନିୟନ୍ତ୍ରଣ ହୋଇଥାଏ, ହୃଦୟ ରୋଗ ଠାରୁ ବଞ୍ଚି ରୁହନ୍ତି ।

– ରୋଗ ପ୍ରତିରୋଧକ କ୍ଷମତା ବଢେଇ ଥାଏ, ଏହାର ଅର୍ଥ ବହୁତ ପ୍ରକାର ଭାଇରସ ଓ ବ୍ୟାକ୍ଟେରିଆ ଓ ନିସପ୍ରଭାବି ହୋଇଥାଏ ।

– ଉପବାସ ଦ୍ଵାରା ଶରୀରରେ ଇନସୁଲିନ ମାତ୍ରା ସଠିକ ରହିଥାଏ, ଯାହା ଦ୍ଵାରା ଡାଇବେଟିଜ ଆଶଙ୍କା କମ ହୋଇଥାଏ ।

– ଚର୍ବି କମ ହବା ଦ୍ଵାରା ଚର୍ବିରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ।

– ନିୟମିତ ରୂପରେ ଉପବାସ କଲେ ବୁଢା ହବାର ପ୍ରକ୍ରିୟା ଧୀରେ ହୋଇଯାଇ ଥାଏ, ମାଂସ ଓ ହାଡ ଦରଜ ମଧ୍ୟ କମି ଥାଏ ।

ଉପବାସ ଭାଙ୍ଗିଲା ବେଳେ କଣ ଖାଇବା ଉଚିତ :

ଯଦି ଆପଣ ଉପବାସ କରିଛନ୍ତି ବା କାଶତା ଅଛନ୍ତି ଅର୍ଥାତ କୌଣସି ପ୍ରକାର ଫଳ ଖାଇ ନାହାନ୍ତି ତେବେ ପ୍ରଥମେ ହଲ୍କା ଖାଦ୍ୟ କ୍ଷାନ୍ତୁ ଯେମିତିକି ଫଳ ବା ପାରିବା ଜୁଷ ଏହା ପରେ ଡାଲି, ଚାଉଳ, ପାରିବା ଇତ୍ୟାଦି ରୋଷେଇ ହୋଇଥିବା ଜିନିଷ କ୍ଷାନ୍ତୁ ଏହା ଦ୍ଵାରା ଆପଣଙ୍କୁ ଶକ୍ତି ପ୍ରାପ୍ତ ହବ । କିନ୍ତୁ ଯଦି ଆପଣ ଉପବାସ ସମୟରେ ଫଳ ସେବନ କରିଛନ୍ତି ତେବେ ଆପଣ ସାମାନ୍ଯ ଖାଦ୍ୟ ଦ୍ଵାରା ଉପବାସ ଭାଙ୍ଗି ପାରନ୍ତି ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାର ପ୍ରଭାବ ପକେଇବା ନାହିନ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପସନ୍ଦ ଆସୁଥିବ, ଏହାକୁ ଆପଣ ନିଜ ଜୀବନରେ ପ୍ରୟୋଗ କରି ଉପକୃତ ମଧ୍ୟ ହୋଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button