ଓଡିଶା

ପୋଲାଭରମ ପ୍ରଭାବିତ ମୋଟୁ ଅଂଚଳ ଗସ୍ତ କଲେ ସ୍ବତନ୍ତ୍ର ଟିମ୍‌

କାଳିମେଳା: ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ଗସ୍ତ କରିଛି ସ୍ଥିତି ଅନୁଧ୍ୟାନ କରିଛି ସ୍ବତନ୍ତ୍ର ଅନୁସନ୍ଧାନ ଟିମ। ଏହି ଟିମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱରେ ମୋଟୁ ତହସିଲର ମୋଟୁ, ବିନାୟକପୁର, ଆଲମା, ମୋଟୁର ସଙ୍ଗମସ୍ଥଳ ମୁଗୀ ପଏଣ୍ଟ ଓ ଛତିଶଗଡ଼ ଦ୍ୱାରା ନିର୍ମିତ ସାବେରୀ ସେତୁ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ।

କୌଣସି କ୍ଷୟ କ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ମୋଟୁର ତଳୁଆ ଅଂଚଳରେ ଥିବା ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଓ ଚାଷ ଜମି ବୁଡିଯିବାର ଆଶଙ୍କା ରହିଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ।

ପୋଲାଭରମ ପ୍ରକଳ୍ପ ଶେଷ ହେବାକୁ ବସିଲାଣି ଅଥଚ ପ୍ରଭାବିତ ଅଂଚଳରେ ଜନ ଶୁଣାଣି ହୋଇନାହିଁ। ତେଣୁ ପ୍ରଭାବିତ ଲୋକଙ୍କୁ ଥଇଥାନ କରିବା ସହିତ କ୍ଷତି ପୂରଣ ଦେବାକୁ କେନ୍ଦ୍ର ମନ୍ତ୍ରୀ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଟିମ୍‌ରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଆମ ଜନତା ଅଧିକାର ସଂଗଠନର ଆବାହକ ମନୋଜ ଜେନା, ରାଜ୍ୟ ଅଭିଭାବକ ସଂଘ ଆବାହକ ବାସୁଦେବ ଭଟ, ପୂର୍ବତନ ବିଧାୟକ ନିମାଇଁ ସରକାର, କାଲିମେଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାଲା ମାଢି ପ୍ରମୁଖ ସାମିଲ ଥିଲେ। ଆସନ୍ତାକାଲି ବିଜେଡି ଦଳର ଏକ ରାଜ୍ୟ ସ୍ତରୀୟ ଟିମ ମୋଟୁ ଅଂଚଳ ଗସ୍ତ କରିବା ପୂର୍ବରୁ କଂଗ୍ରେସ ଦଳ ନେତୃତ୍ୱରେ ଆଜି ଏହି ଟିମ ମୋଟୁ ଅଂଚଳ ଗସ୍ତ କରି ଫେରି ଯାଇଥିବାରୁ ଆଗକୁ ପୋଲାଭରମକୁ ରାଜନୀତି ସରଗରମ ହେବାର ଅନୁମାନ କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button