ଓଡିଶା

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କଲା ପୁରୀ ୪୨ ମୌଜାର ପ୍ରତିନିଧି ଦଳ – Utkal Mail



ପୁରୀ: ଆଜି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ପୁରୀର ସାତ ସାହି ୪୨ ମୌଜରା ପ୍ରତିନିଧି ଦଳ । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ଶହଶହ ପୁରୀବାସୀ ଙ୍କ ସମେତ ବଡଦାଣ୍ଡ ବଡବଜାର ଉଠାଦୋକାନୀ ମାନେ ପ୍ରକଳ୍ପ କାର୍ଯ୍ୟକୁ ବୁଲି ଦେଖିବା ସହ ସରକାରଙ୍କ ଆଗରେ ତିନୋଟି ଦାବି ରଖିଛନ୍ତି ।

ଭକ୍ତଙ୍କ ସୁବିଧା ନିମନ୍ତେ ମରଚିକୋଟ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରାଯାଉ ବୋଲି ଜଗନ୍ନାଥ ସେନା ଆବାହକ କହିଛନ୍ତି ।

ସେହିଭଳି ଭକ୍ତମାନଙ୍କ ପାଇଁ ଚାରି ଦୁଆର ଯଥାଶୀଘ୍ର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ମଣତି କରିବାକୁ ମଧ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି । ଆସନ୍ତା ଜାନୁୟାରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ପ୍ରତିଷ୍ଠା ଦିବସ ହେବାକୁ ଥିବାବେଳେ ଯଦି ଜାନୁଆରୀ ୧ ରୁ ୩ ତାରିଖ ମଧ୍ୟରେ ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ଗଣତି ମଣତି ସହ ଚାରି ଦୁଆର ନଖୋଲେ ତେବେ ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ସେନାର ଆବାହକ ଚେତାବନୀ ଦେଇଛନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button