ଓଡିଶା
ସରସ୍ୱତୀ ପୂଜା ଭସାଣି ସମୟରେ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର
ଯାଜପୁର: ଓଡ଼ିଶାର ଯାଜପୁର ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଜଣ ଗୁରୁତର ହୋଇଛନ୍ତି। ଗତକାଲି ରାତିରେ ଯାଜପୁର ସଦର ଥାନା ସୀମା ଅନ୍ତର୍ଗତ ନାଥସାହି ଆଦମପୁର ଗାଁରେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ଚାଲିଥିବା ସମୟରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି।
ରିପୋର୍ଟ ଅନୁସାରେ, ଭସାଣି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ
ଚିକିତ୍ସା ଲାଗି ଆହତମାନଙ୍କୁ ଯାଜପୁର ଜିଲ୍ଲାର ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।