ସୁରକ୍ଷା ଦେଉ ଦେଉ ତଳେ ପଡ଼ିଗଲେ ପୁଲିସକର୍ମୀ, ତୁରନ୍ତ ଦୌଡ଼ିଯାଇ ଭିଡ ଭିତରୁ ଉଠାଇ ନେଲେ ପବନ କଲ୍ୟାଣ – Utkal Mail
ନୂଆଦିଲ୍ଲୀ: ସୁରକ୍ଷା ଦେଉ ଦେଉ ତଳେ ପଡ଼ିଗଲେ ପୁଲିସକର୍ମୀ। ତୁରନ୍ତ ଦୌଡ଼ିଯାଇ ଭିଡ ଭିତରୁ ଉଠାଇ ନେଲେ ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ। ପବନଙ୍କର ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏଭଳି କାମ କରିଥିବା ଦେଖାଯାଇଛି। ଅଭିନେତା କିଛି ଦିନ ହେଲାଣି ରାଜନୀତି କରିବା ସହ ଅଭିନୟ ମଧ୍ୟ କରୁଛନ୍ତି। ଦୁଇଟିଯାକ ପେସାକୁ ସେ ଖୁବ ସହଜରେ ଆଗେଇ ନେଇ ଚାଲିଛନ୍ତି।
ତେବେ ଜନ ସେନା ଦଳର ମୁଖ୍ୟ ଭାବେ ସେ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ଅଗଷ୍ଟ ୧୦ରେ ବରାହୀ ବିଜୟ ଯାତ୍ରା ଆରମ୍ଭ କରିଥିଲେ। ଏବେ ଏହି ଯାତ୍ରା ସମୟର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
Big salute to ustaad #PawanKalyan for lifting the cop amidst huge crowd at #VarahiVijayaYatra. pic.twitter.com/M92JcaT8ec
— Manobala Vijayabalan (@ManobalaV) August 13, 2023
ଭିଡିଓରେ ଦେଖାଯାଇଛି ଯେ, ବରାହୀ ବିଜୟ ଯାତ୍ରା ସମୟରେ ଅଭିନେତା ପବନ କଲ୍ୟାଣ ନିଜ କାରରୁ ବାହାରକୁ ଆସୁଛନ୍ତି। ଏହି ସମୟରେ ତାଙ୍କୁ ଦେଖିବା ପାଇଁ ଆସିଥିବା ଲୋକେ ତାଙ୍କ ଆଡକୁ ଦୌଡ଼ୁଛନ୍ତି। ଏହା ଦେଖି ପବନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକର୍ମୀ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଭିଡ଼ ନିୟନ୍ତ୍ରଣ ବାହାରକୁ ଯିବା ପରେ ଜଣେ ପୁଲିସ୍ କର୍ମୀ ତଳେ ପଡ଼ିଯାଉଛନ୍ତି। ପବନ କଲ୍ୟାଣ ଆଗକୁ ଚାଲିଯାଇଥିଲେ ବି ପଛରେ ପୁଲିସକର୍ମୀ ପଡ଼ିଯାଇଥିବା ଜାଣି ସେ ତୁରନ୍ତ ଦୌଡ଼ି ଆସୁଛନ୍ତି ଏବଂ ଭିଡ଼ ଭିତରୁ ପୁଲିସକର୍ମୀଙ୍କୁ ଉଠାଉଛନ୍ତି। ତାଙ୍କର ଏଭଳି ବ୍ୟବହାର ଏବେ ଲୋକଙ୍କ ମନ କିଣିଛି।