ଘୁଙ୍ଗୁଡ଼ି ହେଉଛି କି : କେମିତି କରିବେ ଦୂର ଜାଣନ୍ତୁ ?
ଶୋଇବା ବେଳେ ଅଧିକାଂଶ ଲୋକ ଘୁଙ୍ଗୁଡ଼ି ମାରିଥାଆନ୍ତି।ବୟସ ବଢ଼ିବା ସହିତ ଘୁଙ୍ଗୁଡ଼ିର ମାତ୍ରା ମଧ୍ୟ ବଢ଼ିଥାଏ । ଘୁଙ୍ଗୁଡ଼ିର ମାତ୍ରା ବଢ଼ିବା ଦ୍ବାରା ନିଶ୍ବାସ ମଝିରେ ମଝିରେ ଅଟକିଯାଏ ଓ ନିଦରେ ବ୍ୟାଘାତ ସୃଷ୍ଟି ହେବା ଓ ଏହାର ପ୍ରଭାବରେ ଅକ୍ସିଜେନ୍ର ମାତ୍ରା ଦେହରେ କମିଯିବାର ଆଶଙ୍କା ଥାଏ । ଫଳରେ ସେମାନଙ୍କ ନିଦରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ସେମାନଙ୍କ ପାଖରେ ଶୋଉଥିବା ଲୋକଙ୍କର ମଧ୍ୟ ନିଦ ଭଲ ହୋଇନଥାଏ । ଆସନ୍ତୁ ବିଶିଷ୍ଟ କଣ୍ଠ ନାଶା ଗଳା ବିଭାଗର ଡାକ୍ତର ପ୍ରଦୀପ୍ତି ରଞ୍ଜନ ସାହୁଙ୍କଠାରୁ ଜାଣିବା ଘୁଙ୍ଗୁଡ଼ିର କାରଣ , ଲକ୍ଷଣ ଓ ଚିକିତ୍ସା ବିଷୟରେ।
ଘୁଙ୍ଗୁଡ଼ିର ବିଭିନ୍ନ ଲକ୍ଷଣ ?ନିଶ୍ବାସ ନେଲା ବେଳକୁ ଶବ୍ଦ ହେବା।ନିଶ୍ବାସ ଅଟକି ଯିବା ଯାହାକୁ ଆପ୍ଲିନିଆ କୁହାଯାଏ ନିଶ୍ବାସ ନେବା ବେଳେ ଯେତିକି ପରିମାଣରେ ଅକ୍ସିଜେନ୍ ଯିବା କଥା ସେତିକି ପରିମାଣରେ ଯାଇପାରେ ନାହିଁ , ଯାହାକୁ ହାଇପୋଆପ୍ଆ କୁହାଯାଏ । ବାରମ୍ବାର କଡ ଲେଉଟାଇବା ମଝିରେ ମଝିରେ ନିଶ୍ବାସ ଅଟକିଯିବ। ପାଟିରୁ ଲାଳ ବାହାରିବା । ଶୋଇବା ବେଳେ ଗୋଡ଼ ହାତ ଛାଟିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇଥାଏ।
ଘୁଙ୍ଗୁଡ଼ି ହେଲେ କ’ଣ କ’ଣ ଅସୁବିଧା ହୋଇପାରେ ?ହାର୍ଟ ସମସ୍ୟା, କଲେଷ୍ଟର ବା ଚର୍ବି ବଢିଯିବ, ରକ୍ତଚାପ ନିୟନ୍ତ୍ରଣ କରି ହେବ ନାହିଁ। ଡାଇବେଟିସ ଥାଇରଏଡ଼ ସମସ୍ୟା ମଧ୍ୟ ବଢ଼ି ଯାଇଥାଏ।
ଘୁଙ୍ଗୁଡ଼ିର କାରଣ ଜାଣିବା ପାଇଁ ପରୀକ୍ଷା :-ସବୁ ଘୁଙ୍ଗୁଡ଼ିର ଚିକିତ୍ସା ଦରକାର୍ ନଥାଏ ଘୁଙ୍ଗୁଡ଼ିର ଗୋଟିଏ ଲେବୁଲ ରହିଛି ତା ଠାରୁ ଅଧିକ ହେଲେ ଟ୍ରିଟମେଣ୍ଟ ର ଆବଶ୍ୟକତା ରହିଛି। ସେଥିପାଇଁ କେତେକ ଟେଷ୍ଟ କରାଯାଏ। ଯେମିତିକି ଏଣ୍ଡୋସ୍କୋପି କରାଯାଇଥାଏ ଯାହା ଦ୍ଵାରା ଘୁଙ୍ଗୁଡି କେଉଁ ଜାଗାରୁ କେଉଁ କାରଣ ପାଇଁ ଆସୁଛି ଜାଣି ହୋଇଥାଏ। ଆଉ ଗୋଟେ ଟେଷ୍ଟ କରାଯାଏ ପଲିସୋନୋଗ୍ରଫି।
ଘୁଙ୍ଗୁଡ଼ିର ଚିକିତ୍ସା କେମିତି ହୁଏ ?ଲାଇଫ ଷ୍ଟାଇଲ ରେ ପରିବର୍ତ୍ତନ କରନ୍ତୁ।ଘୁଙ୍ଗୁଡ଼ି ନ ହେବା ପାଇଁ ସବୁବେଳେ ସଠିକ୍ ସମୟରେ ଖାଆନ୍ତୁ ଓ ଠିକ୍ ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ । ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଆନ୍ତୁ। ରାତିରେ ଚର୍ବିଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ଯାହାଦ୍ବାରା ଏସିଡିଟି ସୃଷ୍ଟି ହୋଇ ଶୋଇବାରେ ଅସୁବିଧା ହୁଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।