ଦେଶ ବିଦେଶ

ହିମାଚଳରେ ଅତି ପ୍ରବଳ ଆକସ୍ମିକ ବର୍ଷା ଯୋଗୁଁ ୭ ମୃତ: ଭୁଶୁଡ଼ି ପଡ଼ିଲା ପ୍ରତିରକ୍ଷା କଲେଜ ଓ ମନ୍ଦିର – Utkal Mail


ସୋଲାନ୍‌: ଅତି ପ୍ରବଳ ଆକସ୍ମିକ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ସୋଲାନ୍‌ ଅନ୍ତର୍ଗତ ଜାଦୋଁ ଗାଁରେ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ନିଖୋଜ ହୋଇଯାଇଥିବା କଥା କନ୍ଦାଘାଟ ସବ୍‌ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌ ସିଦ୍ଧାର୍ଥ ଆଚାର୍ଯ୍ୟ କହିଛନ୍ତି।

ସେ କହିଛନ୍ତି, ସୋଲାନ ଅନ୍ତର୍ଗତ କନ୍ଦାଘାଟ ସବ୍‌ଡିଭିଜନ୍‌ ଅଞ୍ଚଳର ଜାଦୋଁ ଗାଁରେ ଅତି ପ୍ରବଳ ଆକସ୍ମିକ ବର୍ଷା ଯୋଗୁଁ ୭ଜଣ ଲୋକ ପ୍ରାଣ ହରାଇଛନ୍ତି, ୫ଜଣଙ୍କୁ ଉଦ୍ଧାର କରାଯାଇଛି ଓ ୩ଜଣ ନିଖୋଜ ହୋଇଯାଇଛନ୍ତି। ଭୀଷଣ ବର୍ଷାରେ ଜାଦୋଁ ଗାଁରେ ୨ଟି ଘର ଓ ଗୋଟିଏ ଗୁହାଳ ଭାସି ଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ଧରି ହିମାଚଳ ପ୍ରଦେଶରେ ଅନର୍ଗଳ ବର୍ଷା ହେଉଥିବାରୁ ପର୍ବତସ୍ଖଳନ ଘଟି ଶିମ୍‌ଲା-ଚଣ୍ଡୀଗଡ଼ ସଡ଼କ ସମେତ ଅନେକ ସଡ଼କ ପଥ ଅବରୋଧ ହୋଇଯାଇଛି।

Image Courtesy of Times of India

ସଦ୍ୟତମ ସୂଚନା ଅନୁସାରେ, ଶିମ୍‌ଲାର ସମର୍‌ହିଲ୍‌ରେ ପ୍ରବଳ ବୃଷ୍ଟିପାତ କାରଣରୁ ଭୂସ୍ଖଳନ ଘଟି ଆଜି ସକାଳ ୭.୩୦ରେ ଶିମ୍‌ଲା ଉପନଗରୀ ବୈଲେଗଞ୍ଜ ନିକଟରେ ଥିବା ଶିବ ବାୱଦି ମନ୍ଦିର ଭୁଶୁଡ଼ି ପଡ଼ିଛି। ସେଥିରେ ଥିବା ୨୦ରୁ ୨୫ଜଣ ଲୋକ ଭଗ୍ନସ୍ତୂପ ତଳେ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରୁ ୯ଜଣଙ୍କ ଶବ ଉଦ୍ଧାର କରାଯାଇଥିବା କଥା କୁହାଯାଉଛି। ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂହ ସିଖୁ ଗସ୍ତ କରିପାରନ୍ତି।

ସେହିପରି, ନିରନ୍ତର ବର୍ଷା ଯୋଗୁଁ  ଆଜି ଉତ୍ତରାଖଣ୍ଡର ମାଲଦେବତାସ୍ଥିତ ଡେରାଡୁନ୍‌ ପ୍ରତିରକ୍ଷା କଲେଜର କୋଠା ଭୁଶୁଡ଼ି ପଡ଼ିଛି। ‘ପିଟିଆଇ’ ରିପୋର୍ଟ ଅନୁସାରେ କଲେଜ କୋଠାଟି ମାତ୍ର କେଇ ସେକେଣ୍ଡ୍‌ ମଧ୍ୟରେ ଜରାଜୀର୍ଣ୍ଣ ଘର ଭାଙ୍ଗିପଡ଼ିବା ପରି ଭୁଶୁଡ଼ି ପଡ଼ିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button