ସ୍ୱାସ୍ଥ୍ୟ

ସାତ ବର୍ଷ ପରେ ନିର୍ଭୟାର ଚିକିତ୍ସା କରିଥିବା ଡାକ୍ତର କହିଥିଲେ ହୃଦୟକୁ ଥରେଇ ଦେଲାଭଳି କଥା, ‘ସେଦିନର ସେହି ରାତି, ଯେତେବେଳେ ଫଟା କପଡା ଉଠାଇ ଦେଖିଲି ତ…’

୧୬ ଡିସେମ୍ବର ୨୦୧୨ ରାତିରେ ନିର୍ଭୟା ସହ ଦୁଷ୍କର୍ମ କରିଥିବା ଦୋଷୀଙ୍କୁ ତିହାଡ ଜେଲରେ ଫାଶୀ ଦିଆ ଯାଇଛି, ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଓ ତା ସହ ଦୁଃଖ ବି ହବ ଯେ ନିର୍ଭୟା ସହ ଏହି ଆରୋପି ମେଡିକାଲ ଛାତ୍ରୀ ନିର୍ଭୟା ସହ ନା କେବଳ ସାମୁହିକ ବଳାତ୍କାର କରିଥିଲେ ତେବେ ଏହା ସହ ନିର୍ଭୟା ସହ ଦୁଷ୍କର୍ମ ସବୁ ସୀମା ମଧ୍ୟ ପାର କରି ଦେଇଥିଲେ । ଦୀର୍ଘ ଆଠ ବର୍ଷ ପରେ ସେହି ୪ଟି ଆରୋପିମାନଙ୍କୁ ଫାଶୀ ଦିଆ ଗଲା ।

ଆଜି ବି ଯେତେବେଳେ ନିର୍ଭୟା ବିଷୟରେ କଥା ଆସେ ଓ ତା କଷ୍ଟ ବିଷୟରେ ଅନୁଭବ କରା ଯାଏ ତେବେ ଆଜି ବି ନିର୍ଭୟା ଚିକିତ୍ସା କରିଥିବା ଡକ୍ଟର ମନରେ ବହୁତ କଷ୍ଟ କରନ୍ତି ।

ଥରେ ନ୍ଯୁଜରିପୋର୍ଟର ସହ କଥା ହେଲା ବେଳେ ନିର୍ଭୟା ଡକ୍ଟର କହିଥିଲେ ଯେ ତା କଷ୍ଟ ଦେଖି ମତେ ମଧ୍ୟ କାନ୍ଦ ଲାଗୁଛି, ୧୬ ଡିସେମ୍ବର ରାତିରେ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟଲରେ ତାକୁ ନିଆ ଯାଇଥିଲା ଯାହା ପରେ ନିର୍ଭୟା ର ଚିକିତ୍ସା ଆରମ୍ଭ ହୋଇଥିଲା, ସର୍ବ ପ୍ରଥମେ ଦେହରାଦୂନ ଡକ୍ଟର ବିପୁଲ କଣବାଲ ନିର୍ଭୟା ଚିକିତ୍ସା କରିଥିଲେ, ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ କେମିତି କଣ ଚିକିତ୍ସା କରା ଯାଇଥିଲା ଓ କଣ ହେଇଥିଲା । ଡକ୍ଟର କହିଲେ ‘ମୁଁ ହସ୍ପିଟଲ ରେ ନାଇଟ ଡ୍ୟୁଟି ରେ ଥିଲି, ସେତିକି ବେଳେ ସାଇରନ ଦଉଥିବା ଏମ୍ବୁଲେନ୍ସ ଆସି ଏମର୍ଜେନ୍ସି ହଲ ପାଖରେ ରହିଲା, ତୁରନ୍ତ ଆଘାତ ହୋଇଥିବା ଝିଅକୁ ଏମର୍ଜେନ୍ସି ୱାର୍ଡ ରେ ଟ୍ରାନ୍ସଫର କରା ଗଲା, କଣ୍ଡାବାଲ କହିଲେ ମୋ ସାମ୍ନାରେ ୨୧ ବର୍ଷର ଝିଅ ଥିଲା ।

ତା ଶରୀରରେ ଫଟା ଚିରା କପଡା ଥିଲା ଯାହା ଚିକିତ୍ସା ପାଇଁ ଯେତେବେଳେ ବାହାର କରା ଗଲା ସେତେବେଳେ କିଛି ସମୟ ପାଇଁ ମୋ ହୃଦୟ ନିଶ୍ଵାସ ନବା ବନ୍ଦ କରିଦେଲା । ଏମିତିକା କେସ ମୋ ଜୀବନରେ ମୁ ପ୍ରଥମ ଥର ପାଇଁ ଦେଖିଥିଲି, ମନରେ ଗୋଟେ କଥା ବାରମ୍ବାର ଆସୁଥିଲା କେହି ଏତେ ଖରାପ କେମିତି ହୋଇ ପାରେ ଏତେ କୃର କେହି କେମିତି ହୋଇପାରେ । ମୁଁ ରକ୍ତ ପ୍ରବାହ ଅଟକେଇବା ପାଇଁ ପ୍ରାରମ୍ଭିକ ସର୍ଜରୀ ଆରମ୍ଭ କଲି, କାହିଁକିନା ରଡ ଦ୍ଵାରା କରା ଯାଇଥିବା ଆଘାତ ଏତେ ଗଭୀର ଥିଲେ ଯାହା ପାଇଁ ବଡ ସର୍ଜରୀ ନିହାତି ଦରକାର ଥିଲା ।

ମୁ ଏହି କଥା ଜାଣିନଥିଲି ଯେ ଏହି ଝିଅ କିଏ ? ସେହି ସମୟରେ ପୋଲିସ ଓ ମିଡିଆ ମଧ୍ୟ ହସ୍ପିଟଲ ଆସି ପହଞ୍ଚି ଗଲେ, ଡକ୍ଟର ଆଗକୁ କହିଲେ ଏହି ସ୍ମୃତି କାହା ସହ ଶେୟର କରିବା ମୋ ପକ୍ଷେ ଉଚିତ ନୁହ, ତେବେ ସେହି ସମୟ ବହୁତ ଆବେଗପ୍ରବଣ ଥିଲା । ତେବେ ଏକ ଇନ୍ଟାରଭିଉରେ ନିରାଭୟାକୁ ଚିକିତ୍ସା କରୁଥିବା ଡାକ୍ତର ଏହି କଥା କହିଥିଲେ । ସେ କହିଥିଲେ କି ତାକୁ ବଞ୍ଚାଇବା ପାଇଁ ସେମାନେ ବହୁତ ଚେଷ୍ଟା କରିଥିଲେ ହେଲେ ବଞ୍ଚାଇପାରିଲେ ନହିଁ । ତେବେ ନିର୍ଭୟାର ଏହି କଷ୍ଟ ଏବେ ପର୍ଯ୍ୟନ୍ତ ଶାନ୍ତ ହୋଇ ନଥିଲା କିନ୍ତୁ ଯେଉଁଦିନ ତାର ଦୋଷୀ ମାନଙ୍କୁ ଫାଶୀ ହେଲା ତା ଆତ୍ମା ଶାନ୍ତି ପାଇଲା ବୋଲି ତାର ମା କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button