ବ୍ୟବସାୟ

ଆଇଟି ଏକ୍ସପୋ ୨୦୨୩ ଆରମ୍ଭ – Utkal Mail


ଭୁବନେଶ୍ବର: ଆଜିଠାରୁ ଜନତା ମଇଦାନରେ ଚାରିଦିନିଆ ଆଇଟି ଏକ୍ସପୋ ୨୦୨୩ ଆରମ୍ଭ ହୋଇଛି। ଓଡ଼ିଶା ଆଇଟି ସଂଘ (ଆଇଟିଏଓ) ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଏକ୍ସପୋକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅତିଥି ଭ‌ାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି ଯେ ଆତ୍ମନିର୍ଭର କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ବିଶେଷ ସହାୟକ ହୋଇଛି। ଆମ ସମସ୍ତଙ୍କୁ ମିଶି ଏଭଳି ଏକ ଭବିଷ୍ୟତ ଗଠନ କରିବାକୁହେବ ଯେଉଁଠାରେ ପ୍ରଯୁକ୍ତି ବିଦ୍ୟା ସମସ୍ତଙ୍କ ଜୀବନକୁ ସମୃଦ୍ଧ କରିପାରିବ ବୋଲି ସେ କହିଛନ୍ତି। ସୃଜନଶୀଳତା ଉପରେ ଧ୍ୟାନ ଦେବାକୁ ସେ ଆହ୍ବାନ ଦେଇଛନ୍ତି।

ଏକ୍ସପୋର ଶୀର୍ଷକ ରହିଛି ଡିସ୍‌କଭର୍‌ ଅନଲାଇନ୍, ଏକ୍ସପେରିଏନ୍ସ ଅଫ୍‌ଲାଇନ୍। ଏକ୍ସପୋ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ଆଇଟିପ୍ରେମୀ, କର୍ପୋରେଟ୍ ସଂସ୍ଥା, ଅଂଶୀଦାର ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ବହୁ ନୂତନ ଜ୍ଞାନକୌଶଳ, ବିକାଶ ଏବଂ ଅପଡେଟ୍ ବିଷୟରେ ଜାଣିପାରିବେ। ଡିଜିଟାଲ ଡିସପ୍ଲେ, ମୋସନ୍ କଣ୍ଟ୍ରୋଲ, ଟଚ୍ ଟେକ୍ନୋଲୋଜି, ହୋମ୍ ଅଟୋମେସନ୍, ସର୍ଭିଲାନ୍ସ ଟେକ୍ନୋଲୋଜି ଭଳି ଅନେକ ଉତ୍ପାଦ ପ୍ରଦର୍ଶିତ ହୋଇଛି। ପରିଦର୍ଶକମାନେ ସେହି ଉତ୍ପାଦଗୁଡ଼ିକ ଉପରେ ଆକର୍ଷଣୀୟ ଡିଲ୍‌ ପାଇପାରି‌ବେ। ଏକ୍ସପୋର ଅଂଶ ଭାବେ ବିଭିନ୍ନ ପ୍ରକାର ସେମିନାର ଓ ଅଧିବେଶନ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଆନ୍ତଃ ମହାବିଦ୍ୟାଳୟ ବୈଷୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ରହିଛି। ଏହା ବ୍ୟତୀତ ସନ୍ଧ୍ୟାରେ ଓଲିଉଡ ସେଲିବ୍ରିଟିମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏକ୍ସପୋରେ ଫୁଡ୍‌ କୋର୍ଟର ବ୍ୟବସ୍ଥା ମଧ୍ୟ ରହିଛି। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂଘର ସଭାପତି ଅବିନାଶ ପଟ୍ଟନାୟକ, ସମ୍ପାଦକ ଦେବାଶିଷ ତ୍ରିପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button