ଜୀବନଶୈଳୀ

ମୁହିଁରେ ବ୍ରଣ କେମିତି କରିବେ ଦୂର?

ଆଜିକା ସମୟରେ ଲୋକଙ୍କ ଚେହେରା ତାଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଯାହାକୁ ଦେଖିବେ ସେ କେବଳ ନିଜ ସୁନ୍ଦରତା ବିଷୟରେ ଚିନ୍ତା କରନ୍ତି । ଆଜିକା ସମୟରେ ଯିଏ ସୁନ୍ଦର୍ ନାହିଁ ତାକୁ ଲୋକେ ଏତେ କଥା କୁହନ୍ତି ଯେ ସେ ସୁନ୍ଦର୍ ହବା ପାଇଁ ବହୁତ ପ୍ରକାର ବସ୍ତୁ ବ୍ୟବହାର କରନ୍ତି ଯାହା ଦ୍ଵାରା ତାଙ୍କ ମୁହଁ କସମେଟିକ ଦ୍ବାରା ଆହୁରି ଖରାପ୍ ହୋଇଥାଏ । ତେବେ ଆଜିକା ସମୟରେ ସବୁଠାରୁ ଚିନ୍ତାର କାରଣ ବ୍ରଣ ହୋଇଥାଏ । ବ୍ରଣ ଚେହେରାକୁ ଆହୁରି ଖରାପ କରିଥାଏ କିନ୍ତୁ ଲୋକେ ଜାଣି ପାରନ୍ତି ନାହିଁ ଜେ କେମିତି ବ୍ରଣ କୁ ରଖିଲେ ତାହା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ନକରୁ ।

ବ୍ରଣ ବହୁତ ପ୍ରକାର କାରଣ ପାଇଁ ହୋଇଥାଏ ବ୍ରଣ ପ୍ରାୟତଃ ୧୪ ରୁ ୨୫ ବର୍ଷ ବୟସ ଲୋକଙ୍କୁ ହୋଇଥାଏ କାହିଁକି ନା ଏହି ବୟସରେ ପୁଅ ବା ଝିଅଙ୍କ ଶରୀରରେ ହାର୍ମୋନ୍ ପାଇଁ ବହୁତ କିଛି ବଦଳିଥାଏ ଆଉ ଏହି ସମୟରେ ବହୁତ ପ୍ରକାର ପରିବର୍ତ୍ତନ ଶରୀରରେ ଦେଖା ଯାଇଥାଏ କିନ୍ତୁ ଯେଉଁ ବ୍ୟକ୍ତି ଏହି ପରିବର୍ତ୍ତନକୁ ସମ୍ଭାଲିଥାଏ ତା ଜୀବନରେ ଅଧିକ ଅସୁବିଧା ହୁଏ ନାହିଁ କିନ୍ତୁ ଯାହା ଶରୀରରେ ଅଧିକ ହାର୍ମୋ ନ ଇମ୍ ବେଲେନ୍ସ ହୋଇଥାଏ ତାଙ୍କ ଚେହେରାରେ ଅଧିକ ବ୍ରଣ ହୋଇଥାଏ ।

ଏହି ବ୍ରଣ ଗୋଟେ ପ୍ରକାର ଚର୍ମ ରୋଗ ହୋଇଥାଏ ଏହି ଚର୍ମ ରୋଗ ଆପଣଙ୍କ ପାଇଁ ବହୁତ ଭୟଙ୍କର ରୁପ ନେଇ ପାରେ ସେଥିପାଇଁ ଗୋଟେ କଥା ସବୁବେଳେ ମନେ ରଖନ୍ତୁ କେବେ ବି ବ୍ରଣ ଫୁଟାନ୍ତୁ ନାହିଁ ବା ଚିପା ଚିପି କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଉଚିତ ନୁହଁ କାହିଁକିନା ଏହା ଚିପିବା ଦ୍ଵାରା ଆହୁରି ବ୍ୟାପି ଥାଏ ଆଉ ଇନ୍ ଫେକ୍ସଂ ବଢିବା ଦ୍ୱାରା ଆପଣଙ୍କ ପୁରା ଚେହେରା ବର୍ବାଦ ହୋଇଥାଏ ସେଥିପାଇଁ ଭୁଲରେ ବି ବ୍ରଣକୁ ଚିପା ଚିପି କରନ୍ତୁ ନାହିଁ ।

ଏହାର ଉପଚାର :

ତେବେ ବହୁତ ଲୋକ ଘରୋଇ ଉପଚାର କରିବା ପଶନ୍ଦ କରନ୍ତି ତେବେ ଚନ୍ଦନ, ହଳଦୀ ବା ଆଲୋଭେରା ଭଳି ଜିନିଷ ବ୍ୟବହାର କଲେ କିଛି ଅସୁବିଧା ନାହିଁ ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହା ସବୁ ଦ୍ୱାରା କିଛି ଅଧିକ ଫରକ୍ ପଡ଼ିଥାଏ କିନ୍ତୁ କିଛି ହାନି ମଧ୍ୟ ହୋଇନଥାଏ । ତେବେ ବହୁତ ଲୋକ ପିଆଜ ରସ ବା ଲେମ୍ବୁ ରସ ଭଳି ଜିନିଷ ବ୍ୟବହାର କରନ୍ତି ଯାହା ଟକ୍ସିେ ସମସ୍ୟା ହୋଇଥାଏ ତେବେ ଏହି ଭଳି ଜିନିଷ ବ୍ୟବହାର କରିବା ଉଚିତ ନୁହଁ ।

ଯଦି ଆପଣଙ୍କୁ ବହୁତ ଅଧିକ ସମସ୍ୟା ହେଉଛି ତେବେ ଆପଣଙ୍କୁ ଡକ୍ଟର ପାଖକୁ ଯିବା ବହୁତ ଆବଶ୍ୟକ ଅଟେ । କାହିଁକି ନା ଯଦି ଆପଣ ଅଧିକ ବ୍ରଣ ସହ ଲାଗିବ ତେବେ ଗାତ ଭଳି ସମସ୍ୟା ମଧ୍ୟ ହୋଇଥାଏ ଆଉ ଏହା ପରେ ବହୁତ ବଡ ସମସ୍ୟା ହୋଇ ବାହାରିଥାଏ ସେଥିପାଇଁ ଡକ୍ଟର ପାଖକୁ ଯାଇ ଚିକିତ୍ସା କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button