ଦେଶ ବିଦେଶ

ଷ୍ଟେସନ ର ଫ୍ରୀ ୱାଇଫାଇ ରେ ସିବିଲ ପରୀକ୍ଷା ର ପ୍ରସ୍ତୁତି କରୁଥିଲା କୁଲି, ତାପରେ ଯାହା ହେଲା ଆପଣ ଜାଣିଲେ ବିଶ୍ବାସ କରିବେ ନାହିଁ

ସାଙ୍ଗ ମାନେ ଆପଣ ସେହି କଥା ଶୁଣିଥିବେ ‘ପରିଶ୍ରମ କରିବା ଲୋକର କେବେ ହାର ହୋଇ ନଥାଏ’। ଯଦି ଆପଣ କିଛି ଜିନିଷକୁ ହୃଦୟରୁ ପାଇବାକୁ ଚାହୁଁଛନ୍ତି ଏବଂ ତା ପାଇଁ ଆପଣ ଦିନ ରାତି ପରିଶ୍ରମ କରୁଛନ୍ତି ତ୍ତହେଲେ ସଫଳତା ଆପଣଙ୍କ ପାଖକୁ ନିହାତି ଆସିବ । ଯାହା ଭିତରେ କିଛି କରି ଦେଖେଇବାର ଇଚ୍ଛା ଥାଏ ସେ ଜୀବନରେ ଯେତେ ବାଧା ଆସିଲେ ବି ସେ ନିରାଶ ହୋଇନଥାଏ ବରଂ ଏହାର ସମାଧାନ ଖୋଜି ସଫଳତାର ସ୍ଵାଦ ଚଖେଇଥାଏ ।

ଏହାର ଏକ ତାଜା ଉଦାହରଣ କେରଳ ର ଏନାକୁଲମ ଷ୍ଟେସନ ରେ ଦେଖିବାକୁ ମିଳିଛି ।

ଯୋଉଠି ଷ୍ଟେସନରେ କାମ କରୁଥିବା ଏକ କୁଲି ଫ୍ରୀ ୱାଇଫାଇ ର ବ୍ୟବହାର କରି ଏମିତି କାମ କରି ଦେଖେଇଛି ଯାହା ପାଠପଢା ଲୋକଙ୍କୁ ସବୁ ସୁବିଧା ମିଳିବା ପରେ ବି କରି ପାରି ନାହାଁନ୍ତି । ଆପଣ ଜାଣିଥିବେ ଭାରତରେ ସବୁଥର ସରକାରୀ ପରୀକ୍ଷାରେ ପାସ କରିବା ପାଇଁ ଲକ୍ଷେ ଲୋକ ଚେଷ୍ଟା କରିଥାନ୍ତି । ଏହି ପରୀକ୍ଷାରେ ପାସ କରିବା ପାଇଁ ସେମାନେ ସବୁ ପ୍ରକାର ବହି ପଢିଥାନ୍ତି ।

ଏହା ପରେ ବି କିଛି ଲୋକ ଅସଫଳ ହୋଇଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ ହେବେ ଷ୍ଟେସନ କୁଲି କାମ କରୁଥିବା ଶ୍ରୀନାଥ ନାମକ ଯୁବକ ଏହି ସରକାରୀ ଚାକିରିର ପରୀକ୍ଷା ବିନା କୋଚିଙ୍ଗ ସେଣ୍ଟର ଓ ବହି ରେ କ୍ଲିୟର କରିଛି । ଶ୍ରୀନାଥ ପୋଲିସ ଚାକିରି ପାଇଁ ଫର୍ମ ଭରିଥିଲେ ଓ ସେ ସେଥିରେ ପାସ ହୋଇଗଲେ । ତାଙ୍କୁ ଯେତବେଳେ ଏ ବିଷୟରେ ପଚରାଗଲା ତ ସେ କହିଲେ ଷ୍ଟେସନ ରେ ମିଳୁଥିବା ଫ୍ରୀ ୱାଇଫାଇର ବ୍ୟବହାର କରି ସେ ପରୀକ୍ଷା ପାଇଁ ପଢୁଥିଲେ । ଏହି ପରୀକ୍ଷାରେ ପାସ କରିବା ସମ୍ବନ୍ଧିତ ମୋବାଇଲ ରେ କିଛି ଭିଡିଓ ସେ ଦେଖନ୍ତି ଯାହା ସାହାଯ୍ୟରେ ତାଙ୍କୁ ପରୀକ୍ଷାର ପ୍ରସ୍ତୁତି ପାଇଁ ସାହାଯ୍ୟ ମିଳୁଥିଲା ।

ଶ୍ରୀନାଥ ଲୋକଙ୍କ ଜିନିଷ ଉଠାଉଥିବା ସମୟରେ ବି ସେ କାନରେ ଇଅର ଫୋନ ଲଗାଇ ରଖୁଥିଲେ ଏବଂ ପରୀକ୍ଷା ସମ୍ବନ୍ଧିତ ଅଡ଼ିଓ ଶୁଣୁଥିଲେ । ଶୁଣା ଯାଇଛି କି ଶ୍ରୀନାଥ ଏହା ପୂର୍ବରୁ ତିନି ଥର ପରୀକ୍ଷାରେ ବସି ସାରିଛନ୍ତି । ସେବେ ଠାରୁ ସେ ମୋବାଇଲ ରେ ହିଁ ଏହାର ପ୍ରସ୍ତୁତି କରୁଥିଲେ । କିନ୍ତୁ ଏଥର ଶ୍ରୀନାଥ ର ପରିଶ୍ରମ ସଫଳ ହୋଇଛି ଏବଂ ସେ ଏହି ପରୀକ୍ଷାରେ ପାସ କରିଛନ୍ତି । ଏହା ବହୁତ ପ୍ରେରଣା ଦାୟକ କି କେମିତି ଶ୍ରୀନାଥ ନାମ ର ଏହି କୁଲି ଗରିବ ହେଇ ମଧ୍ୟ ନିଜ ସ୍ଵପ୍ନ କୁ ପୁରା କରିବା ପାଇଁ ଚେଷ୍ଟା କରିଛି ଏବଂ ସେଥିରେ ସଫଳ ବି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button