କଣ ଆପଣଙ୍କର ବି Exercise କରିବାକୁ ମନ ହେଉନାହିଁ, ତେବେ ଏହି ୫ଟି ସହଜ ଉପାୟରେ କରନ୍ତୁ ଓଜନ କମ୍

ଏହି ସ୍ଲିମ୍ ଜମାନାରେ ସମସ୍ତଂକ ଇଛା ମୋଟା ପଣରୁ ଦୂରରେ ରହିବା। ହେଲେ ବେଳେ ବେଳେ ଜଲଦି ମୋଟ ପଣ ଦୂର କରିବା ପାଇଁ ଆମେ କିଛି ଏଭଳି ପଦକ୍ଷେପ ନେଇ ଥାଉ ଯାହା ଆମ ଶରୀର ପାଇଁ କ୍ଷତି କାରକ। ଯେଉଁଥିପାଇଁ ବିଭିନ୍ନ ରୋଗର ଶିକାର ହେବାର ବି ସମ୍ଭାବନା ରହିଥାଏ। ଯେପରି ହଠାତ୍ ଖାଦ୍ୟର ପରିମାଣ କମାଇଦେବା କି ଅତ୍ୟଧିକ ବ୍ୟାୟାମ କରିବା କି ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଔଷଧର ସେବନ କରିବା।
ତେବେ ଆସନ୍ତୁ ଏପରି କିଛି ପ୍ରଣାଳୀ ବିଷୟରେ ଜାଣିବା ଯାହା ଦ୍ୱାରା ଆପଣ ନିଜର ମୋଟା ପଣ କମାଇବା ସହିତ ରାଗ ମୁକ୍ତ ମଧ୍ୟ ହୋଇ ପାରିବେ।

ଶର୍କରା ଜାତୀୟ ଖାଦ୍ୟ କମ୍ ଖାଆନ୍ତୁ : ଅତ୍ୟଧିକ ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଓଜନରେ ବୃଦ୍ଧି ହୋଇଥାଏ। ଯାହା ପ୍ରଗତିରେ ବାଧା ସୃଷ୍ଟି କରେ। ଯେପରିକି ଚିନି, ମିଠା, କେକ୍, କୋଲ୍ଡ଼ ଡ୍ରିଙ୍କ ଇତ୍ୟାଦି ଠାରୁ ଯେତେ ସମ୍ଭବ ଦୂରରେ ରୁହନ୍ତୁ।
ଶରୀର ଆବଶ୍ୟକତା ଅନୁସାରେ ପାଣି ପିଅନ୍ତୁ : ଜଳ ଶରୀରର ସନ୍ତୁଳନ ବଜାୟ ରଖି ଥାଏ ଏବଂ ଶାରିରୀକ ପରିଶ୍ରମ କରିବା ପାଇଁ ଶକ୍ତି ଯୋଗାଇ ଥାଏ। ଉକ୍ତ ମାତ୍ରାରେ ଜଳ ପିଇବା ଦ୍ୱାରା ଆପଣ ଅନେକ ରୋଗରୁ ମୁକ୍ତି ପାଇ ପାରିବେ। ଆପଣଙ୍କ ହଜମ ପ୍ରକ୍ରିୟା ସଠିକ୍ ଭାବେ ହେବା ସହିତ ଆପଣ ଫ୍ରେସ୍ ମଧ୍ୟ ଅନୁଭବ କରିବେ।
ଫଳ, ପନିପରିବା ଓ ଶସ୍ୟ ଯୁକ୍ତ ଖାଦ୍ୟ ଖାଆନ୍ତୁ : ପ୍ରାକୃତିକ ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ସବୁଜ ପନିପରିବା, ତନ୍ତୁଯୁକ୍ତ ଖାଦ୍ୟ ଖାଆନ୍ତୁ। ଯାହା ଆପଣଙ୍କ ଶରୀରରେ ଭିଟାମିନ ର ଅଭାବ ପୂରଣ କରିବା ସହିତ ଆପଣଙ୍କୁ ମୋଟା ହେବାରୁ ବଞ୍ଚିତ କରେ। ଯାହା ଆପଣଙ୍କୁ ଉଚିତ୍ ମାତ୍ରାରେ ଶକ୍ତି ପ୍ରଦାନ କରି ଥାଏ ଓ ରୋଗ ମୁକ୍ତ କରି ଥାଏ।
ଖାଦ୍ୟ ଗ୍ରହଣ ସମୟରେ ଧ୍ୟାନ ଦିଅନ୍ତୁ : ନିଜ ଖାଦ୍ୟର ପରିମାଣ ହଠାତ୍ ନ କମାଇ ଧୀରେ ଧୀରେ ଆବଶ୍ୟକତା ଅନୁସାରେ ଖାଇବାକୁ ଚେଷ୍ଟା କରନ୍ତୁ। ଯେଉଁଥିପାଇଁ ଆପଣ ଯେ କୌଣସି ନିର୍ଦ୍ଧିଷ୍ଟ ପାତ୍ର ମଧ୍ୟ ବ୍ୟବହାର କରି ପାରିବେ। ଖାଦ୍ୟ ଖାଇବା ବେଳେ ଧୀରେ ଧୀରେ ଚୋବାଇ ଚୋବାଇ ଓ ଧୀରେ ଧୀରେ ଖାଆନ୍ତୁ।
ଆବଶ୍ୟକ ମାତ୍ରାରେ ପ୍ରୋଟିନ ଖାଆନ୍ତୁ : ପ୍ରୋଟିନ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ। ହେଲେ ବେଳେ ବେଳେ ଅତ୍ୟଧିକ ପ୍ରୋଟିନ ମୋଟା ପଣର କାରଣ ହୋଇ ଥାଏ। ତେବେ ଖାଦ୍ୟର ସରଳ ପ୍ରୋଟିନ ଗ୍ରହଣ କରନ୍ତୁ।ବିଶେଷ ଭାବେ ପ୍ରାଣୀଜ ସ୍ନେହସାର ଓ ପୁଷ୍ଟିସାର ଖାଦ୍ୟରୁ ଦୂରେଇ ରୁହନ୍ତୁ।



