ନୀତି

ଇତିହାସ‌ରେ ପ୍ରଥମ: ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଓହ୍ଲାଇଲା ବୋଇଙ୍ଗ୍‌ ୭୮୭ ବିମାନ – Utkal Mail


ଆଣ୍ଟାର୍କଟିକା: ବୁଧବାର ଅପରାହ୍ଣ ୨ଟାରେ ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍‌ ୭୮୭ ବିମାନ ସ୍ମରଣୀୟ ଅବତରଣ କରିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍‌ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍‌ଲାଣ୍ଟିକ୍‌ ଏୟାର୍‌ୱେଜ୍‌’।

‘ସିଏନ୍‌ଏନ୍‌’ ରିପୋର୍ଟ କରିଛି, ତୁଷାର ଓ ବରଫରେ ଖୋଦିତ ହୋଇଥିବା ୯୮୪୦ ଫୁଟ୍‌ ଲମ୍ବ ଓ ୧୦୦ ଫୁଟ୍‌ ପ୍ରସ୍ତବିଶିଷ୍ଟ ‘ନୀଳ ବରଫ ରନ୍‌ୱେ’ ଉପରେ ବୋଇଙ୍ଗ୍‌ ୭୮୭ ଅବତରଣ କରିଛି।

Image Courtesy of Flightradar24

ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଚାଲିଥିବାରୁ ଉଜ୍ଜ୍ବଳ ଖରା ପଡ଼ିଥିବା ‘ଟ୍ରୋଲ୍‌ ଏୟାର୍‌ଫିଲ୍‌ଡ୍‌’ରେ ବୁଧବାର ଠିକ୍‌ ଦିନ ୨ଟା ପରେ ‘ନର୍ସ ଆଣ୍ଟ୍‌ଲାଣ୍ଟିକ୍‌ ଫ୍ଲାଇଟ୍‌’ର ‘ବୋଇଙ୍ଗ୍‌ ଡ୍ରିମ୍‌ଲାଇନର୍‌’ ଅବତରଣ କଲା। ଏହା ହେଉଛି ୩୩୦ଜଣ ଯାତ୍ରୀ ପରିବହନ କ୍ଷମତା ଥିବା ଏକ ‘ଡ୍ରିମ୍‌ଲାଇନର୍‌’ର ୬ଷ୍ଠ ମହାଦେଶରେ ପ୍ରଥମ ସଫଳ ଅବତରଣ।

ବୁଧବାର ଦିନ ଅବତରଣ କରିଥିବା ଏହି ବୋଇଙ୍ଗ୍‌ ୭୮୭ ‘ଡ୍ରିମ୍‌ଲାଇନର୍‌’ରେ ‘ନର୍‌ୱେଜିଆନ୍‌ ପ୍ଲାର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ବୈଜ୍ଞାନିକଙ୍କ ସମେତ ୪୫ଜଣ ଯାତ୍ରୀ।

‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ଏହି ‘ଡ୍ରିମ୍‌ଲାଇନର୍‌’ର ଆଣ୍ଟାର୍କଟିକା ଯାତ୍ରା ସରଳ ନ ଥିଲା। ୨୦୨୩ ନଭେମ୍ବର ୧୩ ତାରିଖ ଦିନ ଏହି ବିମାନ ଅସ୍‌ଲୋରୁ ଉଡ଼ାଣ ଆରମ୍ଭ କରିଥିଲା। ଆଣ୍ଟାର୍କଟିକାରେ ପହଞ୍ଚିବା ପୂର୍ବରୁ ଏହା ଦକ୍ଷିଣ ଆଫ୍ରିକାର କପେ୍‌ ଟାଉନ୍‌ରେ ଅବତରଣ କରି ସ୍ବଳ୍ପ ସମୟ ପାଇଁ ଅଟକିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button