ଚିହ୍ନିଲେ କିଏ? ନିଜ ନୂଆ ଲୁକକୁ ନେଇ ଟ୍ରୋଲ ହେଲେ ଅଭିନେତ୍ରୀ – Utkal Mail
ମୁମ୍ବାଇ: ହଲିଉଡ ଫିଲ୍ମ ‘ଓପେନହାଇମର’ରେ ତାଙ୍କର ଚମତ୍କାର ଅଭିନୟ ମାଧ୍ୟମରେ ଦର୍ଶକ ଏବଂ ପ୍ରଶଂସକଙ୍କ ହୃଦୟ କିଣିଥିଲେ ଅଭିନେତା ସିଲିୟାନ୍ ମର୍ଫି। ଏବେ ପୁଣି ଥରେ ସୋସିଆଲ ମିଡିଆରେ ସିଲିୟାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ, ମର୍ଫି ନିଜ ପାଇଁ ନୁହନ୍ତି ବରଂ ଅଭିନେତ୍ରୀ ଆମି ଜ୍ୟାକସନଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଯେତେବେଳେ ଆମି ଜ୍ୟାକସନ ତାଙ୍କ ପ୍ରେମିକ ଏଡ ବେଷ୍ଟବିକଙ୍କ ସହ ବାହାରକୁ ଯାଇଥିବା ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ସେତେବେଳେ ତାଙ୍କୁ ଅଭିନେତା ସିଲିୟାନ୍ ମର୍ଫିଙ୍କ ସହ ତୁଳନା କରିଥିଲେ ଲୋକେ।
ଆମିଙ୍କ ନୂଆ ଲୁକ୍ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା। ତାଙ୍କର ନୂଆ ଲୁକ୍ ଲୋକଙ୍କୁ ପସନ୍ଦ ନଆସିବା ସହ ଲୋକେ ତାଙ୍କୁ ହଲିଉଡ ଅଭିନେତା ସିଲିୟାନ୍ ମର୍ଫିଙ୍କ ସହ ତୁଳନା କରିବା ଆରମ୍ଭ କରିଥିଲେ। ଇନଷ୍ଟାରେ ଆମିଙ୍କ ଫଟୋ ଦେଖି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏ ତ ସିଲିୟାନ୍ ମର୍ଫିଙ୍କର କାର୍ବନ କପି।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ତୁମେ ଓପେନହାଇମରରେ ବହୁତ ଭଲ କାମ କରିଛ।’ ଆଉ ଜଣେ ବ୍ୟବହାରକାରୀ ଆମି ଜ୍ୟାକସନଙ୍କ ଇନଷ୍ଟା ଆଇଡି ହ୍ୟାକ୍ ହୋଇଥିବା କଥା ଲେଖିଥିବା ଦେଖାଯାଇଛି।