କ୍ରାଇମ

ବିଶ୍ରାମାଗାରରେ ପିଟିହେଲା ବସ୍, ଡ୍ରାଇଭର ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଲକ୍ଷ୍ମୀନାରାୟଣ ପୁର ଛକରେ ଘରୋଇ ବସ ଦୁର୍ଘଟଣା ଗସ୍ତ ହୋଇଛି ।  ଏଥିରେ ଡ୍ରାଇଭର ମୃତ୍ୟୁ ହୋଇଛି । ମୃତକ ଡ୍ରାଇଭର ହେଲେ ଜଙ୍କିଆର ଦିବାକର ବେହେରା , ଅନ୍ୟ ଜଣେ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ବୀଣାପାଣି ନାମକ ଘରୋଇ ବସଟି ଭୁବନେଶ୍ୱରରୁ ଆସୁଥିଲା ।  କିଛି ସମୟ ପରେ ବସଟି ଶେଷ ଷ୍ଟପେଜ ତୁରୁବୁଡିରେ ରହିଥାନ୍ତା ।  ଭୁବନେଶ୍ୱରୁ ଆସୁଥିବା ବସର ଯାତ୍ରୀ ମାନେ ବିଭିନ୍ନ ଷ୍ଟପେଜରେ ଓହ୍ଲାଇପଡ଼ିଥିବା ଯୋଗୁଁ କେହି ଯାତ୍ରୀ ବସରେ ନ ଥିଲେ ।  କିନ୍ତୁ ଲକ୍ଷ୍ମୀ ନାରାୟଣ ପୁର ଛକରେ ଥିବା ବିଶ୍ରାମାଗାରକୁ ଜୋରରେ ଧକ୍କା ଦେବା ଫଳରେ ବିଶ୍ରାମାଗାର ଚୁରମାର ହୋଇଯାଇଛି ।   ଏଥିରେ ଡ୍ରାଇଭର ଦିବାକର ଚାପି ହୋଇ ରହିଯାଇଥିଲେ ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ ।  ଆମ୍ବୁଲାନ୍ସ ଯୋଗେ ଆହତ ଓ ମୃତକଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ପୋଲିସ ଘଟଣାର ତଦନ୍ତ କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button