ଦେଶ ବିଦେଶ

ହିଂସା ପରେ ବି ପୁଣି ନୁହରେ ବ୍ରିଜମଣ୍ଡଳ ଯାତ୍ରା କରିବାକୁ ଘୋଷଣା କଲା ହିନ୍ଦୁ ମହାପଞ୍ଚାୟତ – Utkal Mail


ନୂଆଦିଲ୍ଲୀ: ପୁଣି ଥରେ ହରିୟାଣାର ନୁହରେ ହେବ ବ୍ରିଜମଣ୍ଡଳ ଯାତ୍ରା। ପଲୱଲରେ ଅନୁଷ୍ଠିତ ହିନ୍ଦୁ ମହାପଞ୍ଚାୟତରେ ଏହି ନିଷ୍ପତ୍ତି ନିଆଯାଇଛି। ମହାପଞ୍ଚାୟତରେ କୁହାଯାଇଛି ଯେ ବ୍ରିଜମଣ୍ଡଳ ଯାତ୍ରା ଚଳିତ ମାସ ଅଗଷ୍ଟ ୨୮ରେ ପୁନର୍ବାର କରାଯିବ। ଗତ ମାସର ଶେଷ ତାରିଖ ଅର୍ଥାତ୍ ଜୁଲାଇ ୩୧ରେ ବ୍ରିଜମଣ୍ଡଳ ଯାତ୍ରା ସମୟରେ ନୁହରେ ପ୍ରବଳ ହିଂସା ହୋଇଥିଲା। ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା।

ହିନ୍ଦୁ ମହାପଞ୍ଚାୟତରେ ଆହୁରି ମଧ୍ୟ କୁହାଯାଇଛି ଯେ, ନୁହ ହିଂସା ଘଟଣାର ତଦନ୍ତ ଏନଆଇଏ ଦ୍ୱାରା କରାଯିବା ଉଚିତ, ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କୁ ୧କୋଟି ଟଙ୍କା ଏବଂ ସରକାରୀ ଚାକିରି ଦିଆଯାଉ, ଆହତଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏଁ ଦିଆଯାଉ, ଯେଉଁମାନେ ହିଂସା ପାଇଁ କ୍ଷତି ସହିଛନ୍ତି, ସେମାନଙ୍କୁ କ୍ଷତିପୂରଣ ମିଳୁ, ଏହା ସହ ବେଆଇନ ଅନୁପ୍ରବେଶକାରୀଙ୍କୁ ରାଜ୍ୟ ବାହାରକୁ ତଡ଼ି ଦିଆଯାଉ, ନୁହ ଜିଲ୍ଲା କିମ୍ବା ନିକଟବର୍ତ୍ତୀ ଗାଁର ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଦିଆଯାଉ, ଏହି ଅଞ୍ଚଳରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବ‌ା ସହ ମେୱାତରେ ହେଡ କ୍ୱାର୍ଟର ପ୍ରସ୍ତୁତ କରାଯାଉ, ଯେଉଁମାନେ ଦଙ୍ଗା କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଘର ଭଙ୍ଗାଯାଉ। ଏଭଳି ଦାବି କରିବା ସହ ପୁଣି ଥରେ ବ୍ରିଜମଣ୍ଡଳ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି ହିନ୍ଦୁ ମହାପଞ୍ଚାୟତ।

ସର୍ବ ହିନ୍ଦୁ ସମାଜ ଦ୍ୱାରା ଆୟୋଜିତ ଏହି ମହାପଞ୍ଚାୟତ ନୁହ ସୀମାନ୍ତରେ ଥିବା ପଲୱଲ ଜିଲ୍ଲାର ପୋଣ୍ଡରୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଏହି ମହାପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଥିଲା ଯେ ବ୍ରିଜମଣ୍ଡଳ ଯାତ୍ରା ପୁଣିଥରେ କରାଯିବ, କାରଣ ଗତଥର ହିଂସା ଯୋଗୁଁ ଏହି ଯାତ୍ରା ଅଧାରୁ ବନ୍ଦ ହୋଇଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button