ମନୋରଞ୍ଜନ

ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସାଉଥ ସୁପରଷ୍ଟାର ମୋହନାଲାଲଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତୁରନ୍ତ ତାଙ୍କୁ ଗତକାଲି କୋଚ୍ଚି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଲୟାଲମ ଫିଲ୍ମର ଜଣାଶୁଣା ଅଭିନେତା ମୋହନଲାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ଡାକ୍ତରଙ୍କ କହିବା ମୁତାବକ, ତାଙ୍କୁ ଭାଇରାଲ ଇନ୍ଫେକ୍ସନ ହୋଇଛି। ମାଂଶପେଶୀରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି। ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ୫ ଦିନ ଯାଏ କୌଣସି ବି ସାର୍ବଜନୀନ ସ୍ଥାନକୁ ଯିବାକୁ ତାଙ୍କୁ ବାରଣ କରାଯାଇଛି। ଘରେ ରହି ଆରାମ କରିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ଅଭିନେତା ମୋହନଲାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନେ ଚିନ୍ତିତ ହୋଇପଡିଛନ୍ତି। ଶୁବଶୀଘ୍ର ସେ କିଭଳି ସୁସ୍ଥ ହେବେ ସେ ନେଇ ସେମାନେ ପ୍ରାର୍ଥନା କରୁଛନ୍ତି।

ମୋହନଲାଲ ତାଙ୍କ ଅପ୍କମିଂ ଫିଲ୍ମକୁ ନେଇ ଏବେ ବ୍ୟସ୍ତ ଅଛନ୍ତି। ୨୦୧୯ରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ‘ଲୁସିଫର୍’ର ସିକ୍ୱେଲ ପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ପୃଥ୍ୱୀରାଜ ସୁକୁମାରନ୍ କରୁଛନ୍ତି। ମାର୍ଚ୍ଚ ୨୦୨୫ରେ ଏହି ଫିଲ୍ମଟି ପରଦାକୁ ଆସିବ। ଫିଲ୍ମରେ ବଲିଉଡ ଅଭିନେତା ଶକ୍ତି କପୁର ଓ ଟୋଭିନୋ ଥମସ୍ଙ୍କ ଭଳି ଷ୍ଟାର୍ମାନେ ମଧ୍ୟ ନଜର ଆସିବେ।

ଏହାବ୍ୟତୀତ ମୋହନଲାଲଙ୍କ ଫିଲ୍ମ ‘ବୈରୋଜ’ ମଧ୍ୟ ଚଳିତ ବର୍ଷ ରିଲିଜ ହେବ। ଯାହାର ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି। ଅକ୍ଟୋବର ୩ ତାରିଖରେ ଫିଲ୍ମଟି ରିଲଜ ହେବା ନେଇ ସୂଚନା ରହିଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button