ମନୋରଞ୍ଜନ

ସାମନାକୁ ଆସିଲା ଭାରତରେ ପ୍ରସ୍ତୁତ ହେଉଥିବା ଦୁନିଆର ସବୁଠୁ ବଡ କ୍ରିକେଟ ସ୍ଟେଡିୟମର ପ୍ରଥମ ଫଟୋ, ଏଠି ଦେଖନ୍ତୁ

ଭାରତରେ ଅନ୍ୟାନ୍ୟ ଖେଳ ଅପେକ୍ଷା କ୍ରିକେଟର ଅଧିକ ଲୋକପ୍ରିୟତା ଦେଖାଯାଏ । ଏମିତିରେ ଭାରତର କ୍ରିକେଟରେ ବର୍ତ୍ତମାନ ଆଉ ଏକ ନୂଆ ରେକର୍ଡ ଯୋଡି ବାକୁ ଯାଉଛି । ଯାହାକି ଦୁନିଆର କାହା ପାଖରେ ନାହିଁ । କହିବାକୁ ଗଲେ ଦୁନିଆର ସବୁଠୁ ବଡ କ୍ରିକେଟ ସ୍ଟେଡିୟମର ଟାଇଟେଲ ବର୍ତ୍ତମାନ ଭାରତକୁ ମିଳିବାକୁ ଯାଉଛି ଓ ଏହା ଗୁଜୁରାଟରେ ପ୍ରସ୍ତୁତ ହେଉଛି । କହିବାକୁ ଗଲେ ଏହା ଗତ ଏକ ବର୍ଷ ହେବ ପ୍ରସ୍ତୁତ ହେଉଛି । ଏହା ବର୍ତ୍ତମାନ ବହୁତ ଚର୍ଚାରେ ଅଛି ।

କହିବାକୁ ଗଲେ ଏହି କ୍ରିକେଟ ସ୍ଟେଡିୟମ ବର୍ତ୍ତମାନ ଅଧା ପ୍ରସ୍ତୁତ ହୋଇ ଯାଇଛି । ଗୁଜୁରାଟର କ୍ରିକେଟ ଏସୋସିଏଶନ ଦୁନିଆର ସବୁଠୁ ବଡ ସ୍ଟେଡିୟମର କିଛି ଫଟୋ ସୋସିୟାଲ ମିଡିୟାରେ ପୋସ୍ଟ କରିଛି, ଯାହା କି ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି ।

ଅସ୍ଟ୍ରେଲିୟାର ମେଲବର୍ନ କ୍ରିକେଟ ସ୍ଟେଡିୟମରୁ ବି ବଡ ହେବ

ସାମନାକୁ ଆସିଥିବା କିଛି ଫଟୋରୁ ଦେଖିବାକୁ ମିଳୁଛି କି ଏହା ଅସ୍ଟ୍ରେଲିୟାର ମେଲବର୍ନ କ୍ରିକେଟ ସ୍ଟେଡିୟମ ଠାରୁ ବି ବଡ ହେବ, ଯାହାକି ପରେ ଏହା ଦୁନିଆର ସବୁଠୁ ବଡ ସ୍ଟେଡିୟମ ହୋଇଯିବ । କହିଦେଉଛୁ ଯେ ଏହି ସ୍ଟେଡିୟମ ଗୁଗୁଜୁରାଟ କ୍ରିକେଟ ଏସୋସିଏଶନର ଡ୍ରୀମ ପ୍ରୋଜେକ୍ଟ, ଅଟେ । ଯାହା ପୁରା ହେବା ପରେ ଦେଶ ପାଇଁ ଏହା ଏକ ଗର୍ବର ପ୍ରତୀକ ହୋଇଯିବ ।

୭୦୦ କୋଟି ଟଙ୍କାରେ ପ୍ରସ୍ତୁତ ହେଉଛି

କହିଦେଉଛୁ ଯେ ଏହି ସ୍ଟେଡିୟମ ପାଖାପାଖି ୬୩ ଏକର ଜାଗାରେ ବ୍ୟାପିଛି । ଯାହାକୁ ପ୍ରସ୍ତୁତ କରିବାରେ ୭୦୦ କୋଟି ତାଙ୍କ ଖର୍ଚ କରାଯାଉଛି ।  ଏହାର କାର୍ଯ୍ୟ ଗତ ବର୍ଷ ଜାନୁୟାରୀ ୨୦୧୮ରେ ଆରମ୍ଭ କରା ଯାଇଥିଲା, ଯାହା ପରେ ଏହା ବର୍ତ୍ତମାନ ଆଉ କିଛି ସମୟ ବ୍ୟବଧାନରେ ପ୍ରସ୍ତୁତ ହୋଇଯିବ । ଏହା ଛଡା ଏହି ସ୍ଟେଡିୟମରେ ୧.୧୦ ଲକ୍ଷ ଲୋକ ବସି ମ୍ୟାଚ ଦେଖି ପାରିବେ । ଯାହାକି ମେଲବର୍ନ ଠାରୁ ବି ଅଧିକ ଅଟେ । ମେଲବର୍ନରେ ୧ ଲକ୍ଷ ଲୋକ ବସି ମ୍ୟାଚ ଦେଖି ପାରିବେ ।

ଭାରତର ସବୁଠୁ ବଡ ସ୍ଟେଡିୟମ ଅଟେ ଈଡନ ଗାର୍ଡନ

କହିବାକୁ ଗଲେ ଭାରତର ସବୁଠୁ ବଡ ସ୍ଟେଡିୟମ ଈଡନ ଗାର୍ଡନ ଅଟେ । ଯେଉଁଥିରେ ପାଖପାଖି ୬୬,୦୦୦ ଦର୍ଶକ  ବସି ଖେଳର ଆନନ୍ଦ ନେଇ ପାରିବେ । ସ୍ଟେଡିୟମ ଈଡନ ଗାର୍ଡନର ଦୃଶ୍ୟ ବି ବହୁତ ସୁନ୍ଦର ଅଟେ । ଯେତେବେଳେ ବି ଏହି ପଡିଆରେ ରାତିରେ କୌଣସି ମ୍ୟାଚ ହୋଇଥାଏ ତେବେ ଏହାର ସୁନ୍ଦରତା ଆହୁରି ବି ବଢିଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button