ଓଡିଶା

କମିଶନରେଟ୍ ପୋଲିସର ଆକ୍ସନ, ଗାଡ଼ିରୁ ମଲ୍ଟି ହର୍ଣ୍ଣ କାଢି ଚାଳକଙ୍କଠୁ ଆଦାୟ କଲା ଫାଇନ

କଟକ : ଗାଡ଼ିରେ ମଲ୍ଟି ହର୍ଣ୍ଣ ଲଗାଇଥିଲେ ସାବଧାନ। ମଲ୍ଟି ହର୍ଣ୍ଣ ଲଗାଇଥିଲେ ଦେବାକୁ ପଡୁଛି ଫାଇନ। ଗତକାଲି କଟକ ନେତାଜୀ ବସ ଟର୍ମିନାଲ ପାଖରେ କମିଶନରେଟ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଇଛି । ଗାଡ଼ିରେ ଲାଗିଥିବା ବହୁ ମଲ୍ଟି ହର୍ଣ୍ଣ ପୋଲିସ କଢ଼ିଛି । ଏହା ସହ ଯେଉଁ ସବୁ ଗାଡିରେ ଏହି ହର୍ଣ୍ଣ ଲାଗିଥିଲା ସେହି ଗାଡି ଚାଲାକଙ୍କଠୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ।

ଖବର ଅନୁଯାୟୀ, ବାଇକ୍‌ରେ କିଛି ଯୁବକ ମଲ୍ଟି ହର୍ଣ୍ଣ ଲଗାଇ ଶବ୍ଦ କରୁଥିଲେ । ଯାହାଦ୍ୱାରା କି ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଶେଷରେ ଆକ୍ସନକୁ ଆସିଥିଲା କମିଶନରେଟ୍‌ ପୋଲିସ। ବିଭିନ୍ନ ସ୍ଥାନମାନଙ୍କରେ ଚଢାଉ କରି ଗାଡିରେ ଲାଗିଥିବା ମଲ୍ଟି ହର୍ଣ୍ଣକୁ ଗାଡିରୁ କାଢିଥିଲା ।

ସୂଚନା ଅନୁସାରେ କିଛି ଦିନ ତଳେ କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଥିଲା । ଏହା ସହିତ ବିକଟାଳ ହର୍ଣ୍ଣ ସହ ବ୍ଲାକ କାଚ ଆଦି ଗାଡ଼ି ଉପରେ ପୋଲିସ କଡ଼ା ନଜର ରଖିଥିଲା । ବାଇକ, କାର, ଟ୍ରକ, ବସ ଅନ୍ୟାନ୍ୟ ଗାଡ଼ିଗୁଡ଼ିକୁ ଅଟକାଇ ସେଗୁଡ଼ିକର କାଗଜାତ ଯାଞ୍ଚ କରୁଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button