ବିଜ୍ଞାନ

ଆସୁଛି ହ୍ୱାଟସଆପ୍‌ର ନୂଆ ଫିଚର୍‌: ଲୁଚି ଯିବ ୟୁଜର୍ସଙ୍କ ଫୋନ୍‌ ନମ୍ୱର

ଆସୁଛି ହ୍ୱାଟସଆପ୍‌ର ନୂଆ ଫିଚର୍‌। ଏଣିକି କେହି ଯାଣିପାରିବେ ନାହିଁ ୟୁଜର୍ସଙ୍କ ମୋବାଇଲ୍ ନମ୍ୱର। ହ୍ୱାଟସଆପ୍‌ ଅନେକ ନୂଆ ଫିଚର ଆଣିବାର ଉଦ୍ୟମ କରୁଥିବାବେଳେ ୟୁଜର୍ସଙ୍କୁ ଏବେ ଏକ ନୂଆ ଫିଚର୍ ଭେଟି ଦେବାକୁ ଯାଉଛି। ଏଥିରେ ୟୁଜର୍ସମାନେ ନିଜ ଫୋନ୍‌ ନମ୍ବରକୁ ଗୋପନ ରଖିପାରିବେ। ୟୁଜର୍ସମାନେ କଣ୍ଟାକ୍ଟରେ ଥିବା ବ୍ୟକ୍ତିଙ୍କଠାରୁ ନିଜ ଫୋନ୍‌ ନମ୍ୱରକୁ ଲୁଚାଇ ରଖିବାକୁ ଏହି ଫିଚର୍‌ରେ ଅପସନ୍‌ ରହିଛି।

ହ୍ୱାଟସଆପ୍‌ର ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଭର୍ସନ୍ 2.22.17.23 ରେ ଉପଲବ୍ଧ ହେବ। ଏହା ‘ଗୁଗଲ ପ୍ଲେ’ ବିଟା ମାଧ୍ୟମରେ ଉପଲବ୍ଧ ହେବ। ତେବେ ଫିଚରର ଡେଭ୍‌ଲୋପ୍‌ମେଣ୍ଟ ମୋଡରେ ଥିବା ଯୋଗୁ ଏହା ବିଟା ଟେଷ୍ଟରମାନଙ୍କ ପାଇଁ ଏବେ ଉପଲବ୍ଧ ହୋଇପାରିନାହିଁ ବୋଲି ‘ୱାବେଟାଇନ୍‌ଫୋ’ (WABetaInfo) ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button