ବୈବାହିକ ଜୀବନର ଆନନ୍ଦ ନେବାକୁ ଆଜି ହିଁ କରନ୍ତୁ ଏମିତି; ରାତି 12ଟା ପରେ ଶିଖର ଚୁମିବ ଆନନ୍ଦ

କଥାରେ ଅଛି ଅନ୍ତ ଭଲା ତ ସବ୍ ଭଲା । ଏହା ଆମ ଦୈନନ୍ଦିର ଜୀବନରେ ମଧ୍ୟ ଏହାର ଭୂମିକା ସବୁଠାରୁ ଅଧିକ ରହିଛି । ବିଶେଷ କରି ବୈବାହିକ ଜୀବନରେ ଏହାର ଗୁରୁତ୍ୱ ସେଇମାନେ ବେଶ୍ ଭଲ ଭାବେ ଜାଣନ୍ତି ଯେଉଁମାନେ ଶାରୀରିକ ଦୁର୍ବଳତାର ଶିକାର ହୋଇଥାନ୍ତି । ଆଜି ସେମାନଙ୍କ ପାଇଁ ଏହି ଖବର…
Benefits of Raisin for Men’s Sexual Health:
ଆଜି ଆମେ ଆପଣଙ୍କୁ କିସମିସର ଉପକାରିତା (Benefits of Raisin) ବିଷୟରେ କହିବୁ । ଆଜ୍ଞା ହଁ, କିସମିସ୍ ଖାଇବାକୁ ଯେତେ ମିଠା ହୋଇଥାଏ, ଏହାର ଗୁଣ ତା’ ଠାରୁ ଅଧିକ ମିଳିଥାଏ । କିସମିସ ଥକ୍କାପଣରୁ ଠାରୁ ଆରମ୍ଭ କରି ଅନେକ ରୋଗରେ ଆରାମ ଦେବା ପର୍ଯ୍ୟନ୍ତ ଏହା ଉପଯୋଗୀ ହୋଇଥାଏ । ଯଦି ଆପଣ ଶାରୀରିକ ଦୁର୍ବଳତା (physical weakness) ର ଶିକାର ଅଛନ୍ତି, ତେବେ କିସମିସ ଖାଆନ୍ତୁ । ଏହା ଶରୀରକୁ ଶକ୍ତି ଯୋଗାଇଥାଏ ଓ ହାଡ଼କୁ ମଧ୍ୟ ମଜବୁତ କରିଥାଏ । କିସମିସ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
କିସମିସରେ ମିଳୁଥିବା ପୋଷକ ତତ୍ତ୍ୱ (Nutrients found in Raisins)
କିସମିସ (Raisins) ରେ ପ୍ରୋଟିନ୍, ଫାଇବର, ଆଇରନ୍, ପୋଟାସିୟମ୍, କପର, ଭିଟାମିନ୍-ବି 6 ଏବଂ ମାଙ୍ଗାନିଜ୍ ସହିତ ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । କିସମିସରେ ମିଳୁଥିବା ଏହି ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।
କ’ଣ କୁହନ୍ତି ଆୟୁର୍ବେଦ ବିଶେଷଜ୍ଞ ?
ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ କିସମିସରେ ଲୌହ, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଫାଇବର ମିଳିଥାଏ । ଆପଣ ପ୍ରତିଦିନ ୧୦ରୁ ୧୨ କିସମିସ୍ ସେବନ କରିପାରିବେ । ଏଥିରେ ମିଳୁଥିବା ସମସ୍ତ ଉପାଦାନ ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କିସମିସ ପୁରୁଷମାନଙ୍କର ଯୌନ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
କିସମିସର ଆଶ୍ଚର୍ଯ୍ୟଜନକ ଲାଭ (amazing benefits of raisins)
୧. କିସମିସରେ ଫସଫରସ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ, ଯାହା ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରିଥାଏ ।
୨. ଭିଜା କିସମିସ୍ ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ । ଏଥିରେ ଲୌହ, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ଫାଇବର ଭଳି ଗୁଣ ରହିଛି। ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
୩. କ୍ୟାଲସିୟମ ଯୋଗୁଁ ଆମର ଉଭୟ ହାଡ଼ ଓ ଦାନ୍ତ ସୁସ୍ଥ ଓ ମଜଭୁତ ରହିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଧା କପ୍ କିସମିସ୍ ଭିତରେ ୪୫ ମିଲିଗ୍ରାମ୍ କ୍ୟାଲସିୟମ୍ ରହିଥାଏ । ଏହା ଆପଣଙ୍କର ଦୈନିକ କ୍ୟାଲସିୟମ୍ ଗ୍ରହଣର ୪ ପ୍ରତିଶତ ସହିତ ସମାନ ହୋଇଥାଏ।
୪. ଯେଉଁମାନଙ୍କର ଲୋ ସ୍ପର୍ମ କାଉଣ୍ଟର ସମସ୍ୟା ରହିଛି । ସେମାନେ କିସମିସ୍ ଓ ମହୁ ଖାଇବା ଉଚିତ୍ । ଏହା ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରେ ।
୫. କିସମିସରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ମିଳିଥାଏ । ଏହା ଆପଣଙ୍କ ଦାନ୍ତ ଓ ମାଢ଼ି ପାଇଁ ଲାଭଦାୟକ ଅଟେ । ଏହାର ନିୟମିତ ସେବନରୁ ଆପଣଙ୍କୁ କ୍ୟାବିଟିର ସମସ୍ୟା ମଧ୍ୟ ହୋଇ ନଥାଏ ।
କିସମିସ ଖାଇବାର ପାଇଁ ସଠିକ୍ ଉପାୟ
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କିସମିସକୁ ଭିଜାଇ ଖାଇବା ଉଚିତ କାରଣ ଏହା ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ପୋଷକ ତତ୍ତ୍ୱକୁ ବଢାଇଥାଏ । କିସମିସକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଲି ପେଟ ଖାଆନ୍ତୁ । ଏହା ଦ୍ୱାରା ଆପଣ ରୋଗରୁ ମଧ୍ୟ ରକ୍ଷା ପାଇବେ ଓ ଏହା ଆପଣଙ୍କୁ ଦିନସାରା ଶକ୍ତି ଯୋଗାଇବ ।
ପୁରୁଷଙ୍କ ପାଇଁ ଲାଭକାରୀ କିସମିସ୍ (raisins for married men)
ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, କ୍ଷୀର ସହିତ କିସମିସ୍ ସେବନ ବିବାହିତ ପୁରୁଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ସେ କହିଛନ୍ତି ଯେ ଏକ ଅନୁସନ୍ଧାନ ଅନୁଯାୟୀ କିସମିସରେ ମେଲ୍ ଫର୍ଟିଲିଟିର ଉନ୍ନତି କରିବାର ଗୁଣ ରହିଛି । କିସମିସରେ ଶୁକ୍ରାଣୁ ଗତିଶୀଳତା ବୃଦ୍ଧି କରିବାର କ୍ରିୟା ମଧ୍ୟ ସକ୍ରିୟ ଭାବରେ ମିଳିଥାଏ । ତେଣୁ କିସମିସକୁ କ୍ଷୀର ସହିତ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।