ଦେଶ ବିଦେଶ

ଦିଲ୍ଲୀରେ ଚାଲିବ ବାମ ପଟେ ଷ୍ଟିୟରିଂ ଥିବା ଗାଡ଼ି ! ଜି-୨୦ ପାଇଁ କୋହଳ ହେବ ନିୟମ – Utkal Mail


ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବରମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଦେଶପାଇଁ ବେଶ ସମ୍ମାନର କଥା ହୋଇଥିବାବେଳେ ଗୋଟିଏ ନିର୍ଦ୍ଦିଷ୍ଟ କାରଣ ପାଇଁ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ତାହା ହେଉଛି ବାମ ଷ୍ଟିୟରିଂ ଗାଡ଼ି ।

ଆମେରିକା, ଫ୍ରାନ୍ସ, ଚୀନ ଆଦି ବିଶ୍ବର ଅନେକ ଦେଶରେ ବାମ ଷ୍ଟିୟରିଂ ବିଶିଷ୍ଟ ଗାଡ଼ି ଚାଲେ । କିନ୍ତୁ ଭାରତ,ବ୍ରିଟେନ, ଅଷ୍ଟ୍ରେଲିଆ ଆଦି ଦେଶରେ ଡାହାଣ ପଟେ ଷ୍ଟିୟରିଂ ଥିବା ଗାଡ଼ି ଚାଲେ । ଏଣୁ ଜି-୨୦ ସମ୍ମିଳନୀ ବେଳେ ଉଭୟ ପ୍ରକାରର ଗାଡ଼ି ଦିଲ୍ଲୀକୁ ଆସିବ । ଏଣୁ ଟ୍ରାଫିକ ସମସ୍ୟାକୁ ନେଇ ଦିଲ୍ଲୀ ପୁଲିସ ଓ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ରାସ୍ତାରେ ଏକାସାଙ୍ଗରେ ଡାହାଣ ହାତ ଓ ବାମ ପାର୍ଶ୍ୱ ଗାଡି ଚଳାଇବା ଦ୍ୱାରା ବହୁ ଅସୁବିଧା ହୋଇପାରେ ବୋଲି ଟ୍ରାଫିକ ପୋଲିସ ଆଶଙ୍କା କରୁଛି ।

ଜି-୨୦ ଶିଖର ସମ୍ମିଳନୀକୁ ଆସୁଥିବା ନେତାମାନେ ନିଜେ କିଛି ଗାଡି ଆଣିବେ ଏବଂ କିଛି ବାମ ହାତ ଡ୍ରାଇଭ ଗାଡି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବିଦେଶୀ ନେତାଙ୍କ ପାଇଁ କିଣାଯିବ ।

ଦିଲ୍ଲୀ ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ନେତାମାନେ ଦିଲ୍ଲୀ ଓ ଗୁରୁଗ୍ରାମର ହୋଟେଲରେ ରହିବେ। ସେଠାରୁ ସେମାନେ ପ୍ରଗତି ମଇଦାନରେ ପହଞ୍ଚିବେ। ଯେଉଁଠାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସେମାନେ ରାଜଘାଟ ମଧ୍ୟ ଯିବେ। ଜି-୨୦ ଦେଶମାନଙ୍କ ମଧ୍ୟରେ କେବଳ ଭାରତ, ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନରେ ଡାହାଣ ପଟ ଯାନ ଥିବା ବେଳେ ବାକି ଦେଶମାନଙ୍କରେ ବାମ ପଟ ଯାନ ରହିଛି।

ସୂଚନା ଅନୁଯାୟୀ, ଆମେରିକା, ରୁଷିଆ ଏବଂ ଚୀନ୍ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚନା ଦେଇଛନ୍ତି ଯେ ସେମାନେ ଭାରତକୁ ସେମାନେ ନିଜ ଦେଶରୁ ଗାଡ଼ି ଆଣିବେ ।  ଏହାବ୍ୟତୀତ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଜର୍ମାନୀରୁ ୫୦ଟି ବୁଲେଟ୍ ପ୍ରୁଫ୍ ବାମ ହାତ ଗାଡ଼ି କିଣିଛି, ଯାହା ଖୁବଶୀଘ୍ର ଭାରତକୁ ଆସିବ। ଏସବୁ ଗାଡ଼ିକୁ ଚଳାଇବାକୁ ୫୦ ଜଣ ସିଆରପିଏଫ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ପୁଣି ରାସ୍ତାରେ ଉଭୟ ବାମ ଓ ଡାହାଣ ପଟ ଷ୍ଟିୟରିଂ ବିଶିଷ୍ଟ ଗାଡ଼ି ଚାଲିବା ବେଳେ ଯେପରି ଟ୍ରାଫିସ୍ ସମସ୍ୟା ସୃଷ୍ଟି ନ ହୁଏ ସେଥିପାଇଁ ବିଦେଶୀ ଅତିଥି ଯିବା ରାସ୍ତାରେ ଘରୋଇ ଟ୍ରାଫିକ୍ ବନ୍ଦ କରାଯିବାକୁ ଯୋଜନା କରାଯାଉଛି ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button