ଓଡିଶା

ଘର ଭିତରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ବାସୁଦେବପୁର,୨୪/୦୮: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା କଲେଜ ଛାତ୍ରୀର ମୃତଦେହ । ମୃତ ଛାତ୍ରୀ ଜଣକ ବାସୁଦେବପୁର ସ୍ଥିତ ତୃପ୍ତି ମହିଳା ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀ ଅନୁସୟା ମଲିକ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଅନୁସୟା ଦୀର୍ଘ କିଛିଦିନ ହେବ ବାସୁଦେବପୁର ସହରରେ ରହୁଥିଲେ ।

ସେଠାରେ ଭଉଣୀ ସହ ଅନାଦି ମହାନ୍ତିଙ୍କ ଘରେ ଭଡା ରହି ତୃପ୍ତି ମହିଳା ମହାବିଦ୍ୟାଳୟରେ ପାଠ ପଢୁଥିଲେ । ତେବେ ଶନିବାର ଘର ଭିତରୁ ଅନୁସୟାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଧାର କରାଯାଇଛି । ଏନେଇ ତାଙ୍କ ଭଉଣୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ହେଲେ ଏପର୍ଯ୍ୟନ୍ତ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button