ଦେଶ ବିଦେଶ

ଭାରତ-ଭିଏତନାମର ସମ୍ପର୍କକୁ ନେଇ ଖପ୍ପା ଚୀନ୍‌; ନିଜ ଦେଶରେ ବିରୋଧର ସମ୍ମୁଖିନ ହେଉଛନ୍ତି ଜିନ୍‌ପିଙ୍ଗ୍

ନୂଆଦିଲ୍ଲୀ,୦୨/୦୮: ଭିଏତନାମର ପ୍ରଧାନମନ୍ତ୍ରୀ ଫାମ ମିନ୍ହ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ଭାରତ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ମଜବୁତ ହେଉଥିବା ଜଣାପଡିଛି। ଭିଏତନାମକୁ ଭାରତ ୩୦୦ ମିଲିୟନ୍ ଡଲାରର ଋଣ ପ୍ରଦାନ କରିଛି ଯାହା ଦ୍ବାରା ଭିଏତନାମ ଏହାର ସାମୁଦ୍ରିକ ସୁରକ୍ଷାକୁ ଉନ୍ନତ କରିପାରିବ। ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ।

ଭାରତ ୩୦୦ ମିଲିୟନ୍ ଡଲାରର କ୍ରେଡିଟ୍ ଲାଇନ୍ ଭିଏତନାମ୍କୁ ଦେଇଛି। ଏହାର ଅର୍ଥ ଭିଏତନାମ ଏହି ଟଙ୍କା ମାଧ୍ୟମରେ ଭାରତରୁ ଅସ୍ତ୍ର କିଣିପାରେ। ଏହା ମଧ୍ୟ ସମ୍ଭାବନା ରହିଛି ଯେ, ଭିଏତନାମ୍ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣି ପାରେ। ତେବେ ଭାରତ ଏବଂ ଭିଏତନାମର ଘନିଷ୍ଠତା ଯୋଗୁଁ ଚୀନ୍ କିନ୍ତୁ ଏବେ ସମସ୍ୟାରେ ପଡ଼ିବ।

ଗୁରୁବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଭିଏତନାମ ପ୍ରତିପକ୍ଷ ଫାମ ମିନ୍ହି ଚିନ୍ହଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ଋଣ ସମ୍ପର୍କରେ ଘୋଷଣା କରାଯାଇଥିଲା। ଭିଏତନାମ ହେଉଛି ଚୀନ୍ର ପଡ଼ୋଶୀ। ଏହା ବ୍ୟତୀତ ଉଭୟ ଏକ ଯୁଦ୍ଧ ଲଢ଼ିସାରିଛନ୍ତି। ଏହାର ସୀମାର ଏକ ବଡ଼ ଅଂଶ ଦକ୍ଷିଣ ଚୀନ୍ ସାଗର ସହିତ ସଂଯୁକ୍ତ, ଯେଉଁଠାରେ ଚୀନ୍ର ଆକ୍ରୋଶ ସାରା ବିଶ୍ବକୁ ଅଛପା ନାହିଁ। ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସ ସହିତ ଚୀନ୍ ତିକ୍ତତା ବୃଦ୍ଧି କରିବାରେ ଲାଗିଛି। ପ୍ରତିଦିନ ଦୁହିଁଙ୍କ ମଧ୍ୟରେ ସଂଘର୍ଷ ହେଉଛି। ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଫିଲିପାଇନ୍ସ ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିଛି।

ଭାରତର ଯୋଜନା କ’ଣ?

ଭିଏତନାମର ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଚୀନ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ବିସ୍ତାରବାଦ ନୁହେଁ ବିକାଶର ସପକ୍ଷରେ ରହିଛି। କହିରଖୁଛୁ ଯେ, ଚୀନ୍ ସାମୁଦ୍ରିକ ସୀମାକୁ ନେଇ ପଡୋଶୀ ଦେଶ ସହ ବିବାଦ ଜାରି ରଖିଛି। ଭିଏତନାମ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଉପକୂଳବର୍ତ୍ତୀ ସହର ନାହା ଟ୍ରାଙ୍ଗରେ ଏକ ଆର୍ମି ସଫ୍ଟୱେୟାର ପାର୍କର ଉଦଘାଟନ ସମେତ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ଭାରତର ଆକ୍ଟ ଇଷ୍ଟ ପଲିସି ଦୃଷ୍ଟିରୁ ଭିଏତନାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚୀନ୍ ଯେଉଁଭଳି ଭାବରେ ଭାରତର ପଡ଼ୋଶୀ ଦେଶ ସହ ସମ୍ପର୍କକୁ ମଜବୁତ କରୁଛି। ସେହିଭଳି ଦକ୍ଷିଣ ଚୀନ୍ ସାଗରରେ ଥିବା ସହଯୋଗୀମାନଙ୍କ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଥିବା ବେଳେ ଏହା ଦ୍ବାରା ଚୀନ୍କୁ ଝଟ୍କା ଲାଗିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button