ଓଡିଶା

ଛଅ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

କୋରେଇ : ଗଞ୍ଜେଇ ଓ ଚୋରା ମଦ ବେପାରକୁ ଧରିବା ଲାଗି ଜିଲ୍ଲାରେ ଅବକାରୀ ବିଭାଗ ଅଛି କିନ୍ତୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ହେଇଥିବା ବେଳେ ପାଣିକୋଇଲି ପୁଲିସ ଗଞ୍ଜେଇ ସହିତ ଅଭିଯୁକ୍ତକୁ ଧରି ଅବକାରୀ ବିଭାଗର ନିଷ୍କ୍ରିୟତାକୁ ପ୍ରମାଣ କରିଦେଇଛି ।

ପ୍ରକାଶ ଯେ ଗୁରୁବାର ରାତି ୮ଟା ସମୟରେ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ପାଣିକୋଇଲି ଥାନାର ଏଏସଆଇ ସୁଜିତ କୁମାର ମଲ୍ଲିକ, କନେଷ୍ଟବଳ ମନମୋହନ ବାରିକ ଓ ପିସିଆର ଚାଳକ ଗଣେଶ ଲେଙ୍କା ଗଞ୍ଜେଇ ଜବତ ପାଇଁ ପ୍ରସ୍ତୁତି ନେଇଥିଲେ । ପାଣିକୋଇଲିରୁ ଜଣେ ବ୍ୟକ୍ତି ଏକ ଗଞ୍ଜେଇ ବସ୍ତାଧରି ବସ ଷ୍ଟାଣ୍ଡରେ କଲିକତା ଯିବା ଲାଗି ଅପେକ୍ଷା କରିଛି ବୋଲି ଖବର ପାଇ ସେଠାରେ ପହଞ୍ଚି ତାକୁ ଗଞ୍ଜେଇ ସହ ଧରି  ଥାନାକୁ ଆଣିଥିଲେ ।

ପରେ ଉକ୍ତ ବ୍ୟାଗଟିକୁ ଖୋଲିବାରୁ ସେଥିରେ ପାଖାପାଖି ୬ କେଜି ଗଞ୍ଜେଇ ଥିବାର ଦେଖିବାକୁ ମିଳିଥିଲା । ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ସେ ଉକ୍ତ ଗଞ୍ଜେଇକୁ ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶକୁ ଚାଲାଣ କରିବା ଲାଗି ଯୋଜନା କରୁଥିଲା ବୋଲି ପ୍ରକାଶ କରିଥିଲା । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ରାଜ୍ୟ ମଗୋରାହାଟ ଥାନା ଅନ୍ତର୍ଗତ ମହୀତଲବ ଗ୍ରାମର ସଲ୍ଲାଉଦ୍ଦିନ ଖାନଙ୍କ ପୁଅ ତଇମୁର ଖାନ(୨୫) ବୋଲି ଜଣାପଡ଼ିବା ସହିତ ସେ ନିୟମିତ ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ଆଣି ପଶ୍ଚିମବଙ୍ଗକୁ ଚାଲାଣ କରେ ବୋଲି ସ୍ୱୀକାର କରିଥିଲା । ଏନେଇ  ପୁଲିସ ଏକ ମାମଲା ୧୭୮/୨୩ ରୁଜ୍ଜୁକରି ଏନଡ଼ିପିଓି ଆକ୍ଟରେ କୋର୍ଟ ଚାଲାଣ କରଛି ବୋଲି ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ସ୍କୃତି ମଞ୍ଜରୀ ବଡ଼ଜେନାଙ୍କ ସୂତ୍ରରୁ ପ୍ରକାଶ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button