ସ୍ୱାସ୍ଥ୍ୟ

ଛାତିରେ ଯନ୍ତ୍ରଣା ଅନୁଭୂତ ହେଉଛି କି, Chest Pain ହେବାର ମୁଖ୍ୟ ଏହି ୩ଟି କାରଣ, ନିଶ୍ଚିତ ଜାଣି ରଖନ୍ତୁ

ବେଳେ ବେଳେ ଛାତି ଯନ୍ତ୍ରଣାର ଅନୁଭବ ତ ଆପଣଙ୍କର ନିଶ୍ଚୟ ଥିବ। କେହି କେହି ଏହାକୁ ସାଧାରଣ ଭାବେ ନେଉଥିବା ବେଳେ ଅନ୍ୟ କେହି ଭୟଭୀତ ହୋଇ ଯାଆନ୍ତି।କିଛି ଲୋକଙ୍କ ମନରେ ଏକ ଭୁଲ ଧାରଣା ରହିଥାଏ ଯେ ଛାତି ଯନ୍ତ୍ରଣାର ଅର୍ଥ ହେଉଛି ହାର୍ଟ ସମସ୍ୟା। ହେଲେ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଛାତି ଯନ୍ତ୍ରଣାର କାରଣ ଅନେକ ରହିଥାଏ। ଏହା ସବୁବେଳେ ହାର୍ଟ ରୋଗ ସହିତ ଜଡିତ ନୁହେଁ। ତେବେ ଆସନ୍ତୁ ଜାଣିବା କେତେକ ନିର୍ଦ୍ଧିଷ୍ଟ କାରଣ ଯେଉଁଥିପାଇଁ ଆମକୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

Chest pain

୧- ଏସିଡ୍ ସୃଷ୍ଟି ହେଲେ

ଆମେ ଖାଉଥିବା ଖାଦ୍ୟ ଖାଦ୍ୟନଳୀ ଦେଇ ପାକସ୍ଥଳୀକୁ ଯାଏ।ଏହି ଖାଦ୍ୟନଳୀ ଛାତି ମଝି ଦେଇ ଯାଇଥାଏ। ପାକସ୍ଥଳୀରେ ଏସିଡ ସୃଷ୍ଟି ହେଲେ ତାହା ବେଳେ ବେଳେ ନଳିକୁ ଉଠି ଆସେ। ଯେଉଁଥି ପାଇଁ ଛାତିରେ ଯନ୍ତ୍ରଣା ସୃଷ୍ଟି ହୁଏ। ଏହାକୁ ଗାଷ୍ଟ୍ରୋଓସୋଫାଗସ୍ ଡିଜିଜ୍ ବୋଲି କୁହାଯାଏ।

– ଅଧିକ ତେଲଯୁକ୍ତ ଖାଦ୍ୟ ଖାଇଲେ

ଛାତିର ଯନ୍ତ୍ରଣା ଆମେ ଖାଉଥିବା ଖାଦ୍ୟ ସହିତ ମଧ୍ୟ ଜଡିତ ଥାଏ। ଯେତେବଳେ ଆମେ ତେଲିଆ ଖାଦ୍ୟ ଖାଇ ତୁରନ୍ତ ଶୋଇ ପଡିଥାଏ ସେତେବଳେ ଏହି ଯନ୍ତ୍ରଣା ଛାତି ମଝିରୁ ଆରମ୍ଭ ହୋଇ ଗଳା ପର୍ଯ୍ୟନ୍ତ ହୋଇଥାଏ।

୩- ସୁଜନ ସୃଷ୍ଟି ହେଲେ

ଏହି କଷ୍ଟ ନିର୍ଦ୍ଧିଷ୍ଟ ସୁଜନ ସୃଷ୍ଟି ହୋଇଥିବା ସ୍ଥାନରେ ହୋଇଥାଏ। ଏପରି କଷ୍ଟ ନିଃଶ୍ୱାସ ପ୍ରସ୍ୱାସ ନେବା ବେଳେ ବା କାଶିଲେ ଅନୁଭବ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button