ପୁଜା ପାଠ ଜପ ତପ କରୁଥିବା ଲୋକ ସବୁଠୁ ଅଧିକ ଦୁଖ କଷ୍ଟ କାହିଁକି ଭୋଗିଥାନ୍ତି, କଣ ପାଇଁ ଭଗବାନ ନିଅନ୍ତି ଏମାନଙ୍କ ପରୀକ୍ଷା –

ନମସ୍କାର ବନ୍ଧୁଗଣ ଆପଣ ମାନେ ଲକ୍ଷ କରୁଥିବେ ସବୁବେଳେ ପୁଜାପାଠ କରୁଥିବା ବ୍ୟକ୍ତି ଦୁଃଖ ରେ ରୁହନ୍ତି । ଏବଂ ଆମ ମନରେ ପ୍ରଶ୍ନ ଆସିଥାଏ କି ସବୁବେଳେ ଆମେ ପୂଜା ପାଠ କରୁଛୁ । ଏବଂ ଭକ୍ତି ରେ ଲୀନ ହୋଇ ଯାଇଥାଉ । କିନ୍ତୁ ତଥାପି ଆମ ଅସୁବିଧା ଦୁଃଖ କଷ୍ଟ ଦୁର ହେଉ ନାହିଁ କଣ ପାଇଁ । ଏବଂ ଏହାର ବିପରୀତ ରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେହିମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ । ଏବଂ ଧର୍ମ କର୍ମ କରନ୍ତି ନାହିଁ । ଏବଂ ଆମେ ସର୍ଵଦା ଧର୍ମ କର୍ମ ଏବଂ ପୂଜା ପାଠ କରି ମଧ୍ୟ ଦୁଃଖରେ ରହିଛୁ କଷ୍ଟ ରେ ରହୁଛୁ ।
ଏହି ଭଳି ପ୍ରଶ୍ନ ସବୁବେଳେ ଧାର୍ମିକ ଲୋକମାନେ ମନରେ ଆସିଥାଏ । ତେବେ ଚାଲନ୍ତୁ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ଏବଂ ଜାଣିନେବା କି କଣ ପାଇଁ ଏହି ଭଳି ହୋଇଥାଏ କିମ୍ବା କଣ ପାଇଁ ଆମ ମନରେ ଏହି ଭଳି ପ୍ରଶ୍ନ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ । ଭଗବତ ଗୀତରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ହେ ମନୁଷ୍ୟ ତୁମେ କର୍ମ କରି ଚାଲ ଏବଂ ଫଳ ର ଚିନ୍ତା ମୋ ଉପରେ ଛାଡି ଦିଅ । ଏବଂ ମୁଁ ଠିକ ସମୟରେ ତୁମେ କରିଥିବା କର୍ମ ର ଉଚିତ ଫଳ ପ୍ରଦାନ କରିବି ।

ଆମେ ଦେଖିବାକୁ ପାଇଥାଉ କି ଭଲ ଲୋକ ଯେଉଁମାନେ ଭଗବାନ ଙ୍କୁ ସ୍ମରଣ କରନ୍ତି କିମ୍ବା ପୂଜା ଅର୍ଚ୍ଚନା ରେ ମନ ଲଗାନ୍ତି ସେମାନେ ଦୁଃଖ କଷ୍ଟ ପାଇଁ ଥାଆନ୍ତି । ଯେବେ କି ପାପି ବ୍ୟକ୍ତି ସୁଖରେ ରହିଥାଏ । ବେଳେବେଳେ ଏହା ବୁଝି ହୋଇ ନଥାଏ କି ଏଭଳି କଣ ପାଇଁ ହେଉଛି । କଣ ଈଶ୍ୱର ବିଚାର କରିବାରେ ଭୁଲ କରି ଦେଉଛନ୍ତି । ଏଭଳି କଣ ପାଇଁ ହେଉଛି ।

ଏହା ପଛରେ ଥିବା କାରଣ ହେଉଛି ଜଣେ ଗୁରୁଜୀ ଙ୍କର ଦୁଇଟି ସନ୍ତାନ ଥିଲେ । ଦୁଇ ଜଣ ସନ୍ତାନ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ବୁଦ୍ଧିମାନ ଥିଲେ । ଦୁଇ ଜଣଙ୍କ ମଧ୍ୟ ରୁ ଜଣ ଙ୍କର ଅଭ୍ୟାସ ଖରାପ ହୋଇ ଯାଇଥିଲା । ପ୍ରଥମ ସନ୍ତାନ ଟି ପ୍ରତିଦିନ ସତସଙ୍ଗ କରୁଥିଲା । ପୁଜାପାଠ ରେ ମନ ଲଗାଉଥିଲେ । ଯେଉଁଠି ଭି ନାମ କୀର୍ତ୍ତନ ହେଉ ଥାଏ ସେ ସେଠାରେ ଚାଲି ଯାଆନ୍ତି ।
ଏବଂ ଅନ୍ୟ ସନ୍ତାନ ଟି ଖରାପ ଅଭ୍ୟାସ ରଖିଥିବା ଯୋଗୁଁ ସେ ସବୁବେଳେ ବେଶ୍ୟା ର ଘରକୁ ଯାଇଥାଏ । ଏବଂ ତାର ମୁଜୁରା ତାକୁ ଭଲ ଲାଗୁଥାଏ । ଯେତେବେଳେ ସେ ନାଚୁ ଥାଏ । ତାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥାଏ । ପ୍ରଥମ ସନ୍ତାନ ଯାଇଥାଏ ପୂଜା ଅର୍ଚ୍ଚନା କରିବାକୁ । ଏବଂ ଅନ୍ୟ ସନ୍ତାନ ଟି ନାଚ ଦେଖିବାକୁ ଯାଇଥାଏ । ଦିନେ ଦ୍ୱିତୀୟ ସନ୍ତାନ ଟି ବେଶ୍ୟା ର ଘରୁ ଫେରିବା ସମୟରେ ତାକୁ ରାସ୍ତା ରେ ଏକ ଛୋଟ ମୁଣି ରେ ସୁନା ଭରି ରହିଥିବା ର ମିଳିଲା ।

ଏହି ମୁଣି ମିଳିବା ପରେ ସେ ଭାରି ଖୁସି ମନରେ ଘରକୁ ଫେରୁଥିଲା । ଏବଂ ପ୍ରଥମ ସନ୍ତାନ ଟି ସତସଙ୍ଗ କରି ଘରକୁ ଫେରିବା ସମୟରେ ରାସ୍ତା ରେ ଗୋଟିଏ ଲୁହା ର କଣ୍ଟା ତାଙ୍କ ପାଦରେ ପସିଗଲା । ଲୁହା କଣ୍ଟା ଟି ପାଦରେ ପସି ଆର ପାର ହୋଇଗଲା । ସେ ଛୋଟେଇ ଛୋଟେଇ ଗୁରୁଜୀଙ୍କ ପାଖକୁ ଗଲା । ଏବଂ ପ୍ରଶ୍ନ କଲେ କି ଭଗବାନ ଙ୍କ ନ୍ୟାୟ କିଭଳି । ମୁଁ ସତସଙ୍ଗ କରିବାକୁ ଯାଇଥିଲି ଲୁହା କଣ୍ଟା ପାଦରେ ଫୋଡି ହୋଇଗଲା । ଏବଂ ସେ ବେଶ୍ୟା ର ମୁଜୁରା ଦେଖିବାକୁ ଯାଇଥିଲା ତାକୁ ସୁନା ଭର୍ତ୍ତି ମୁଣି ମିଳିଗଲା ।



