ମନୋରଞ୍ଜନ

ମୁଁ ଶାହରୁଖ-ସଲମାନଙ୍କ ଭଳି କଳାକାରଙ୍କ ସହ କାମ କରିବାକୁ ଚାହେ ନାହିଁ, କାରଣ…: ଅନୁରାଗ କଶ୍ୟପ – Utkal Mail


ମୁମ୍ବାଇ: ସବୁ‌ବେଳେ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପସନ୍ଦ କରୁଥିବା ଅନୁରାଗ କଶ୍ୟପ ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ନିଜର ମତ ରଖୁଥିବା ଅନୁରାଗ କଶ୍ୟପ ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। ମୁଁ ଶାହରୁଖ-ସଲମାନଙ୍କ ଭଳି କଳାକାରଙ୍କ ସହ କାମ କରିବାକୁ ଚାହେ ନାହିଁ ବୋଲି କହିଛନ୍ତି ଅନୁରାଗ କଶ୍ୟପ।

କାହିଁକି ବଡ଼ ତାରକାଙ୍କ ସହ କାମ କରିବାକୁ ଚେଷ୍ଟା କରିନାହାଁନ୍ତି ବୋଲି ପ୍ରଶ୍ନ କରାଯିବାରୁ ଅନୁରାଗ କହିଛନ୍ତି, “ମୁଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଏଠାକୁ ଆସିଛି। ‌ଗୋଟିଏ ସମୟ ଥିଲା ଯେତେବେଳେ ମୁଁ ବଡ଼ ତାରକାଙ୍କ ସହ କାମ କରିବାକୁ ଚାହୁଁଥିଲି। ସମସ୍ତେ କହୁଥିଲେ ଯେ ତୁମେ ବଡ଼ ବଡ଼ ଷ୍ଟାରଙ୍କ ବିନା ଏତେ ଭଲ ଫିଲ୍ମ ନିର୍ମାଣ କରୁଛ, କଳ୍ପନା କର ଯଦି ତୁମେ ବଡ଼ ବଡ଼ ଷ୍ଟାରମାନଙ୍କ ସହିତ କାମ କର ତେବେ କେତେ ଆଗକୁ ଯିବ। ହେଲେ ମୁଁ ଏହା କିପରି କରିବି ଜାଣି ନଥିଲି। ବଡ଼ ବଡ଼ ଷ୍ଟାରମାନଙ୍କ ସହିତ କାମ କରିବାବେଳେ ଯଦି ଆପଣ ସେମାନଙ୍କ ପ୍ରଶଂସକଙ୍କ ପସନ୍ଦ ଉପରେ ଧ୍ୟାନ ଦେବେ ନାହିଁ, ତେବେ ସେମାନେ ଆପଣଙ୍କ ସହ କାମ କରିବେ ନାହିଁ। ମୁଁ ମୋ ହିସାବରେ ଫିଲ୍ମ ନିର୍ମାଣ କରେ। ଷ୍ଟାରମାନଙ୍କ ପ୍ରଶଂସକଙ୍କର ପସନ୍ଦ ଉପରେ ଧ୍ୟାନ ଦିଏ ନାହିଁ । ଏଥିପାଇଁ ମୋର ଅନେକ ଚଳଚ୍ଚିତ୍ର ବାତିଲ ହୋଇଛି । ପୂର୍ବରୁ ଇଚ୍ଛ‌ା ଥିଲା, ହେ‌ଲେ ଏବେ ମୁଁ ଶାହରୁଖ-ସଲମାନଙ୍କ ଭଳି କଳାକାରଙ୍କ ସହ କାମ କରିବାକୁ ଚାହେ ନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button