ବୌଦ୍ଧ ମାଧପୁର ରେଞ୍ଜରେ ମହାବଳ ବାଘ ଆତଙ୍କ, କ୍ୟାମେରାରେ କଏଦ ବାଘ ଫଟୋ

ବୌଦ୍ଧ : ବୁଲୁଛି ମହାବଳ । ବୌଦ୍ଧ ମାଧପୁର ରେଞ୍ଜରେ ବାଘ ଆତଙ୍କ । କ୍ୟାମେରାରେ କଏଦ ବାଘ ଫଟୋ । ପୋଖରୀ ଖୋଳିବାବେଳେ ବାହାରିଲା ବାଘ । ମାଧପୁର ରେଞ୍ଜ ବାରିଙ୍ଗ ବିଟ ଜଗା ତାଇଲା ନିକଟରେ ବାଘଟି ବୁଲିଥିବା ନଜର ଆସିଛି। ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ମାସେ ତଳେ ବାଘକୁ ଦେଖି ତାର ଫଟୋ ଉଠାଇଥିଲେ। ଗତକାଲି ଏହି ଫଟୋଟି ଭାଇରାଲ ହୋଇଛି। ଗାଁ ନିକଟରେ ମହାବଳ ବୁଲୁଥିବାରୁ ବାରିଙ୍ଗ ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।
ବାଘର ଫଟୋ ଦେଖିବା ପରେ ବାରିଙ୍ଗ ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି । ସେମାନେ ବନ ବିଭାଗକୁ ବାଘକୁ ଧରିବା ଏବଂ ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । କିଛିମାସ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ ଦେଖାଯାଇଥିଲା ।
ବ୍ରହ୍ମପୁର ନିକଟ ନିଷ୍ଟ କଲେଜ ପାଖ ୧୬ ନମ୍ବର ଜାତୀୟ ରାଜପଥରେ ମହାବଳ ବାଘ ରାସ୍ତା ଅତିକ୍ରମ କରୁଥବା ଫୁଟେଜ ଜଣେ ପର୍ଯ୍ୟଟକଙ୍କ କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା । ନରସିଂହଗଡ଼ ଗାଁ ନିକଟ ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ ହୋଇଥିଲା ।