ଓଡିଶା
ବିଧାନସଭାରେ କଂଗ୍ରେସ ବିଧାୟକ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ବିଧାନସଭାରେ ପହଞ୍ଚିଲା ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର : ବିଧାନସଭା ଆଗରେ ହାଇଡ୍ରାମା । ବିଧାନସଭାରେ କଂଗ୍ରେସ ବିଧାୟକ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଆହତ। ବିଧାନସଭାରୁ ନିଲମ୍ବିତ କଂଗ୍ରେସ ବିଧାୟକଙ୍କୁ ବଳପୂର୍ବକ ଭାବେ ବାହାର କରିବା ବେଳେ ସୁରକ୍ଷାକର୍ମୀଙ୍କ ସହ ଠେଲାପେଲା ହୋଇଥିଲା । ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କ ହାତରେ ଆଘାତ ଲାଗିଛି ।
ବିଧାନସଭାରେ ପହଞ୍ଚିଛି ୧୦୮ ଆମ୍ବୁଲାନ୍ସ । ବିଧାନସଭା ବାହାରେ ସୁରକ୍ଷା ବଢାଇ ଦିଆଯାଇଛି । ବିଧାନସଭା ବାହାରେ ପହଞ୍ଚିଥିଲେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ ଜଣଙ୍କ ପରେ ଜଣେ କଂଗ୍ରେସ ନେତା । ବାହାରେ ଧାରଣାରେ ବସିଛନ୍ତି ଛାତ୍ର କଂଗ୍ରେସକର୍ମୀ । କିଛି କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ୧୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ। ଉତ୍ତେଜନା ବଢିବା ପରେ ବିଧାନସଭା ଚାରିପାଖରେ ୧୬୩ ଧାରା ଲାଗୁ କରାଯାଇଛି।