ଦେଶ ବିଦେଶ

କୁକି ଉଗ୍ରପନ୍ଥୀଙ୍କ ବର୍ବରତା: ୩ ବର୍ଷର ଶିଶୁ ମୁଣ୍ଡକୁ ଗୁଳିମାଡ଼

ନୂଆଦିଲ୍ଲୀ: ମଣିପୁର ହିଂସା‌ ଥମୁନି। ହିଂସା ବଢ଼ୁଥିବାରୁ ମଣିପୁର ସରକାର ୯ଟି ଜିଲ୍ଲାରେ ପୁଣିଥରେ ଇଣ୍ଟରନେଟ୍‌ କଟକଣା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଇତି ମଧ୍ୟରେ ମଣିପୁରର ଜିରିବାମ୍‌ ଜିଲ୍ଲାରେ କୁକି ଉଗ୍ରପନ୍ଥୀଙ୍କ ଦ୍ବାରା ଅପହରଣ ଏବଂ ହତ୍ୟାର ଶିକାର ହୋଇଥିବା ୬ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏହି ରିପୋର୍ଟରୁ କୁକି ଉଗ୍ରପନ୍ଥୀଙ୍କ ବର୍ବରତା ସଂକ୍ରାନ୍ତରେ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ଜଣେ ୩ ବର୍ଷୀୟ ଶିଶୁର ଡାହାଣ ଆଖି ନାହିଁ ଏବଂ ଶିଶୁଟିର ମୁଣ୍ଡରେ ଗୁଳିମାଡ଼ ହୋଇଛି।

ରିପୋର୍ଟ ଅନୁଯାୟୀ ଶିଶୁ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ଅଛି ଏବଂ ଛାତି ହାଡ଼ ଭାଙ୍ଗିଯାଇଛି। ଶବ ବ୍ୟବଚ୍ଛେଦ ସମୟରେ ଶିଶୁର ଶରୀର ପଚି ଆସିଥିବା ରିପୋର୍ଟରେ ଦର୍ଶାଯାଇଛି। ଆସାମ ଚାଚର ଜିଲ୍ଲାର ଏସ୍‌ଏମ୍‌ସିଏମ୍‌ (ସିଲଚର ମେଡିକାଲ କଲେଜ ହସ୍ପିଟାଲ୍‌)ରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଶିଶୁଟିର ମା’ (୨୫) ଛାତିରେ ୩ଟି ଗୁଳି ବାଜିଥିଲା। ମୃତ୍ୟୁର ୭ ଦିନ ପରେ ତାଙ୍କ ମର ଶରୀରକୁ ବ୍ୟବଚ୍ଛେଦ ଅଣାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ସେହିପରି ଶିଶୁର ଜେଜେମା’ (୬୦) ଦେହରେ ୫ଟି ଗୁଳି ବାଜିଥିଲା। ସେଥି ମଧ୍ୟରୁ ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା, ୨ଟି ଛାତିରେ , ଗୋଟିଏ ପେଟରେ ଓ ଗୋଟିଏ ବାହୁରେ ବାଜିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button