ଓଡିଶା

ଦନ୍ତା ପରେ ଶିମିଳିପାଳରେ ମହାବଳ ଶୀକାର

ବାରିପଦା – ଶିମିଳିପାଳରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ବନ କର୍ମଚାରୀ ପୋଡ଼ି ଦେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ଶିମିଳିପାଳରୁ ଏକ ମହାବଳ ବାଘର ଚମଡ଼ା ଜବତ ହୋଇଛି। ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ଏସଟିଏଫ ହାତରେ ଜଣେ ଶିକାରୀ ଧରାପଡିଛି । ଆଉ ଦୁଇ ଜଣ ଚଂପଟ ମାରିଛନ୍ତି ।

ବାରିପଦା ଉଦଳା ରାସ୍ତାର ଶ୍ରୀରାମଚନ୍ଦ୍ରପୁରଠାରେ ଆଜି ସକାଳେ ୩ ଜଣ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ନେଇ ଏସଟିଏଫ ସୂଚନା ପାଇଲା ପରେ ଏହାର ଏକ ଟିମ୍‌ ଗ୍ରାହକ ସାଜି ସେଠାରେ ପହଞ୍ଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ। ୫ ଲକ୍ଷରେ ଡିଲ୍ ଫାଇନାଲ ହୋଇଥିଲା। ଏହାପରେ ହଠାତ୍‌ ଏସ୍‌ଟିଏଫ୍ ଟିମ୍‌ ଚଢ଼ାଉ କରି ଜଣେ ଶିକାରୀକୁ ମାଡ଼ି ବସିଥିବା ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।
ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଛି । ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡ଼ିଥିବା ବେଳେ ତାହାର ମୃତଦେହ କୁଆଡ଼େ ଗଲା ସେ ନେଇ ତନାଘନା ଆରମ୍ଭ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button