ଦେଶ ବିଦେଶ

ମୋଦୀଙ୍କ ମନ କି ବାତ୍ ରେ ଛୋଟା ଭିମ୍ ଚର୍ଚ୍ଚା, ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କୀ ବାତ୍ କାର୍ଯ୍ୟକ୍ରମର ୧୧୫ ତମ ଏପିସୋଡରେ ଦେଶକୁ ସମ୍ବୋଧନ କରୁଛନ୍ତି ପିଏମ୍ ମୋଦୀ । କାର୍ଯ୍ୟକ୍ରମରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆଗକୁ ଦୁଇ ମହାନ ବ୍ୟକ୍ତିଙ୍କ ୧୫୦ ତମ ଜନ୍ମ ଜୟନ୍ତି ଆସୁଛି । ଏହି ଅବସରରେ ମୋତେ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର ସୁଯୋଗ ମିଳିଛି ।

ଯେଉଁଥିପାଇଁ ମୁଁ ନିଜକୁ ଧନ୍ୟମନେ କରୁଛି ।

ମେଡ୍ ଇନ୍ ଇଣ୍ଡିଆ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆନିମେସନ୍ ଜଗତରେ ଭାରତ ଏକ ନୂତନ ବିପ୍ଳବ ଆଣିଛି। ଆନିମେଟେଡ୍ ସିରିଏଲ ବିଷୟରେ ଉଲ୍ଲେଖ କରି ପିଏମ ମୋଦୀ କହିଛନ୍ତି, ‘ଦେଶରେ କ୍ରଏଟିଭି ଦିନ କୁ ଦିନ ବଢିବାରେ ଲାଗିଛି । ଯେତେବେଳେ ଛୋଟା ଭୀମ ଟିଭିରେ ପ୍ରସାରିତ ହେଉଥିଲା ତା’କୁ ଦେଖି ପିଲାମାନେ କେତେ ଖୁସି ହୋଇ ଯାଉଥିଲେ। ଆମର ଅନ୍ୟ ଆନିମେଟେଡ୍ ସିରିଏଲ ମୋଟୁ-ପତଲୁ, ହନୁମାନ ଏବେ ସବୁଠାରୁ ଲୋକପ୍ରିୟ ହୋଇଛି । ସମଗ୍ର ବିଶ୍ୱରେ ଭାରତର ଆନିମେଟେଡ୍ ସିରିଏଲ ଦେଖିବାକୁ ଲୋକ ପସନ୍ଦ କରୁଛନ୍ତି । ଆସନ୍ତାକାଲି ବିଶ୍ଵ ଆସିମେସନ ଡେ’ । ଏହି ଅବସରରେ ଆସନ୍ତୁ ସମସ୍ତେ ମିଶି ଭାରତର ଆନିମେସନ ଦୁନିଆକୁ ଆହୁରି ଲୋକପ୍ରିୟ କରେଇବା ।

ପିଏମ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଜି ଆନିମେସନ୍ ସେକ୍ଟର ଏକ ଇଣ୍ଡଷ୍ଟ୍ରିର ରୂପ ନେଇଛି ଯାହା ଅନ୍ୟ ଶିଳ୍ପକୁ ଶକ୍ତି ପ୍ରଦାନ କରୁଛି । କହିବାକୁ ଗଲେ ଭିଆର୍ ଟୁରିଜିମ (VR Tourism) ଆଜିକାଲି ବହୁତ ପ୍ରସିଦ୍ଧ ହେଉଛି। ଆପଣ ଭର୍ଚୁଆଲ୍ ଟୁର୍ ମାଧ୍ୟମରେ ଅଜନ୍ତା ଗୁମ୍ଫା ପରିଦର୍ଶନ କରିପାରିବେ। ସେହିପରି କୋଣାର୍କ ମନ୍ଦିରର କରିଡରରେ ବୁଲିବା ସହ ବାରାଣାସୀ ଘାଟ ମଜା ମଧ୍ୟ ଉପଭୋଗ କରିପାରିବେ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ‘ଲୋକଙ୍କ ମନରେ ଜିଜ୍ଞାସା ସୃଷ୍ଟି କରିବା ପାଇଁ ପର୍ଯ୍ୟଟନ ସ୍ଥାନଗୁଡିକରେ ଭର୍ଚୁଆଲ୍ ଭ୍ରମଣ ଏକ ମାଧ୍ୟମ ପାଲଟିଛି। ଆଜିର ସମୟରେ ଆନିମେଟର୍ସ ସହ ଷ୍ଟୋରି ଟେଲର୍ସ, ଲେଖକ, ଭଏସ୍ ଓଭର ବିଶେଷଜ୍ଞ, ସଙ୍ଗୀତଜ୍ଞ ଆଦିଙ୍କ ଚାହିଦା ମଧ୍ୟ ବଢିବାରେ ଲାଗିଛି । ତେଣୁ ମୁଁ ଭାରତର ଯୁବକମାନଙ୍କୁ ସେମାନଙ୍କର କ୍ରିଏଟିଭିଟିକୁ ବିସ୍ତାର କରିବାକୁ ପରାମର୍ଶ ଦେବି । କିଏ ଜାଣେ, ଦୁନିଆର ପରବର୍ତ୍ତୀ ସୁପର ହିଟ୍ ଆନିମେସନ୍ ଆପଣଙ୍କ କମ୍ପ୍ୟୁଟରରୁ ବାହାରିପାରେ ବୋଲି କହିଛନ୍ତି ମୋଦୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button