ମନୋରଞ୍ଜନ

ସଂଯୋଗ ନା ନିବିଡ଼ ଭଲ ପାଇବା, ସୁଲକ୍ଷଣା ପଣ୍ଡିତ ଓ ସଞ୍ଜୀବ କୁମାରଙ୍କ ମୃତ୍ୟୁ ସମାନ ତାରିଖରେ କେମିତି ହେଲା ?

ସତରେ କିଛି ଘଟଣା ଆମକୁ ଚମତ୍କାର ବୋଲି ଲାଗେ । ଏହା ହୁଏତ ସଂଯୋଗ ବଶତଃ ହୋଇ ପାରେ ହେଲେ ଦେଖିବାକୁ ଗଲେ କିଛି କମ୍ ବିସ୍ମୟର କଥା ନୁହେଁ । ଆଜି ଏଭଳି ଏକ ଘଟଣା ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ । ନିକଟରେ ବିଗତ ଦିନର ବଲିଉଡ୍ ନାୟିକା ସୁଲକ୍ଷଣା ପଣ୍ଡିତଙ୍କର ମୃତ୍ୟୁ ହୋଇଛି । ଏକ ସଂଗୀତମୟ ପରିବାରରୁ ଆସିଥିବା ସୁଲକ୍ଷଣା ଜଣେ ଚମତ୍କାର କଣ୍ଠଶିଳ୍ପୀ ଥିଲେ । ତେବେ ଜଣେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ହେମନ୍ତ କୁମାରଙ୍କ ପରାମର୍ଶରେ ବଲିଉଡରେ ନାୟିକା ଭାବେ ପାଦ ଥାପିଲେ । ପ୍ରଥମ ଫିଲ୍ମ ଥିଲା ‘ଉଲଝନ’ । ଏଥିରେ ତାଙ୍କ ନାୟିକା ଥିଲେ ସଞ୍ଜୀବ କୁମାର । ଫିଲ୍ମ ହିଟ୍ ହେଲା ଓ ସୁଲକ୍ଷଣା ଷ୍ଟାର ବନିଗଲେ ।

ତେବେ ଏହି ଫିଲ୍ମ ବେଳେ ସୁଲକ୍ଷଣା ସଞ୍ଜୀବ କୁମାରଙ୍କୁ ଭଲ ପାଇ ବସିଲେ । ଏପଟେ ସଞ୍ଜୀବ କୁମାର ହେମାମାଳିନୀଙ୍କୁ ଭଲ ପାଉଥିଲେ । ଆଉ ଏଠାରେ ତ୍ରିକୋଣୀୟ ପ୍ରେମ ଭିନ୍ନ ରୂପ ନେଲା । ସୁଲକ୍ଷଣା ସଞ୍ଜୀବ କୁମାରଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ । ତେବେ ସେତେବେଳକୁ ହେମାମାଳିନୀ ତାଙ୍କୁ ବାହା ହେବାକୁ ମନା କରି ଦେବା ପରେ ସଞ୍ଜୀବ କୁମାର ଭୀଷଣ ଭାଙ୍ଗି ପଡ଼ିଲେ । ଆଉ ପରେ ପରେ ତାଙ୍କ ଦେହ ଖରାପ ହେଲା । ଶେଷରେ ସେ ହୃଦଘାତରେ ଚାଲିଗଲେ । ଏହି ଘଟଣା ସୁଲକ୍ଷଣାଙ୍କୁ ଶକ୍ତ ଧକ୍କା ଦେଲା । ଏହା ସହିତ ପରିବାରର ବୋଝ ଓ ପାରିବାରିକ ସମସ୍ୟା ସୁଲକ୍ଷଣାଙ୍କ ସ୍ଥିତିକୁ ଦିନକୁ ଦିନ ଅଧିକ ଖରାପ କରିଦେଲା । ଏମିତିକି ଘର ଚଳାଇବା ପାଇଁ ତାଙ୍କ ପାଖରେ ପଇସା ନଥିଲା । ଏହି ସମୟରେ ଜିତେନ୍ଦ୍ର ତାଙ୍କୁ ସହାୟତା କରିଥିଲେ ଓ ସେ କିଛି ପରିମାଣରେ ନିଜକୁ ସମ୍ଭାଳି ନେଲେ । ହେଲେ ବାଥରୁମରେ ପଡ଼ିଯିବା ଯୋଗୁଁ ତାଙ୍କ ସମ୍ପୂର୍ଣ୍ଣ ଶରୀର ଅଚଳ ହୋଇଗଲା । ସେ ଗତ ୧୬ ବର୍ଷ ଧରି ବିଛଣାରେ ପଡ଼ି ରହିଥିଲେ । ଶେଷରେ ଗତ ନଭେମ୍ବର ୬ ତାରିଖ ଦିନ ତାଙ୍କର ପରଲୋକ ହୋଇ ଯାଇଥିଲା ।

ତେବେ ଏକ ସିନେମାର କାହାଣୀ ଭଳି ଥିଲା ସୁଲକ୍ଷଣାଙ୍କ ଜୀବନୀ । ଆଉ ଶେଷରେ ବି ସେହିଭଳି କିଛି ବିସ୍ମୟ ଛାଡ଼ି ଗଲେ ସମସ୍ତଙ୍କ ପାଇଁ । କାରଣ ସେ ଭଲ ପାଉଥିବା ସଞ୍ଜୀବ କୁମାରଙ୍କ ମୃତ୍ୟୁ ମଧ୍ୟ ନଭେମ୍ବର ୬ ତାରିଖରେ ହୋଇଥିଲା । କେବଳ ବର୍ଷ ଅଲଗା ଥିଲା । ସଞ୍ଜୀବ କୁମାରଙ୍କ ମୃତ୍ୟୁ ୧୮୫ ମସିହା ନଭେମ୍ବର ୬ ତାରିଖରେ ମାତ୍ର ୪୭ ବର୍ଷ ବୟସରେ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button