କ୍ରାଇମ

୨ ପଥଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ନେଇଗଲେ ମଦ୍ୟପ ଗାଡ଼ି ଚାଳକ

ଜୟପୁର: ଜୟପୁରରେ ଏକ ଦୁର୍ଘଟଣାରେ ୨ ପଥଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଜଣେ ମଦ୍ୟପ ଚାଳକ ଗାଡ଼ି ଚଳାଇବା ବେଳେ ପଥଚାରୀଙ୍କ ଉପ‌ରେ ଗାଡ଼ି ଚଢ଼ାଇ ନେଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣ ପଥଚାରୀଙ୍କ ମୃତ୍ୟୁ ଘଟିଛି।

ଅଭଯୁକ୍ତ ଗାଡ଼ି ଚାଳକଙ୍କ ନାମ ଉସମାନ। ସେ ମଦ୍ୟପାନ କରି ଜନଗହଳିପୂର୍ଣ୍ଣ ନାହରଗଡ଼ ଅଞ୍ଚଳରେ ଗାଡ଼ି ନେଇ ଯାଉଥିବା ବେଳେ ଅନେକ ଲୋକଙ୍କୁ ଧକ୍କା ଦେଇଥିଲା।

ଉସମାନ ନାମକ ଏହି ବ୍ୟକ୍ତି ପ୍ରାୟ ୭୦-୮୦ କିଲୋମିଟର ବେଗରେ ଗାଡ଼ି ଚଲାଇଥିବା ଜଣାପଡ଼ିଛି। ରାତି ପ୍ରାୟ ୯ଟା ବେଳେ ଉସମାନ ଏମଆଇ ରୋଡରୁ ପ୍ରାଚୀର ଘେରା ସହର ଆଡ଼କୁ ତାଙ୍କ କ୍ରେଟା କାର ନେଇ ଯାଉଥିଲେ। ସେହିସମୟରେ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ କାରଟି ଦ୍ରୁତ ଗତିରେ ରାସ୍ତାରେ ଯାଉଥିବା ଲୋକ, ଯାନବାହନକୁ ଧକ୍କା ଦେଇଥିଲା।

ଜଣେ ପ୍ରତ୍ୟକ୍ଷଦର୍ଶୀ ଦୀପେନ୍ଦ୍ରଙ୍କ କହିବା ଅନୁସାରେ, କାରଟି ଜଣେ ଝିଅକୁ ତଳେ ପକାଇ ଦେଇଥିଲା ଏବଂ ତା’ପରେ ସନ୍ତୋଷୀ ମାତା ମନ୍ଦିର ନିକଟରେ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button