ରାଜନୀତି

ଆଜିଠୁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ । ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଦିଲ୍ଲୀର କାଶ୍ମୀର ଗେଟରୁ ଆରମ୍ଭ ହେବ। ଏହା ପରେ ଏହି ଯାତ୍ରା ଗାଜିଆବାଦ ଦେଇ ୟୁପିରେ ପ୍ରବେଶ କରିବ |

ପଶ୍ଚିମ ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଭବ୍ୟ ସ୍ବାଗତ ପାଇଁ କଂଗ୍ରେସ ଦଳ ସମସ୍ତ ପ୍ରସ୍ତୁତି କରିଛି। ଏଥିପାଇଁ ୟୁପିର ବିଭିନ୍ନ ଅଞ୍ଚଳର କଂଗ୍ରେସ କର୍ମୀମାନେ ମବି କଲାଁରେ ଏକାଠି ହୋଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀ ପଶ୍ଚିମ ଉତ୍ତରପ୍ରଦେଶର ବାଗପତ ଜିଲ୍ଲା ଦେଇ ମବି କଲାଁ ଗ୍ରାମରେ ପହଞ୍ଚି ସେଠାରେ ରାତି ଯାପନ କରିବେ।

କଂଗ୍ରେସର ଭାରତ ଯୋଡ ଯାତ୍ରା ସେପ୍ଟେମ୍ବର ୭ରୁ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଏପର୍ଯ୍ୟନ୍ତ ୯ ଟି ରାଜ୍ୟ ଦେଇ ଆଗକୁ ବଢ଼ିଛି । ଏଥିମଧ୍ୟରେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button