କ୍ରାଇମ

ତାନ୍ତ୍ରିକଙ୍କ ପାଖକୁ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ବଦଳାଇବାକୁ ନେବା ମହଙ୍ଗା ପଡ଼ିଲା – Utkal Mail


ନୂଆଦିଲ୍ଲୀ: ନିକଟରେ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନ‌ାକୁ ଆସିଛି। ଏଠାରେ ଜଣେ ତାନ୍ତ୍ରିକ ଦଶହରାରେ ଅଦ୍ଭୁଦ ଦାବି କରିଥିଲେ।

ତାନ୍ତ୍ରିକ ଲୋକଙ୍କୁ କହିଥିଲେ, ‘ଆପଣମାନେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଆଣନ୍ତୁ।  ଯାହାକୁ ମୁଁ ଜିନିକୁ ଦେଇ ନୂଆ ନୋଟରେ ପରିବର୍ତ୍ତନ କରି ଦେବି।’

ତାନ୍ତ୍ରିକ ଠାରୁ ନୂତନ ନୋଟ ପାଇବା ଆଶାରେ ଜଣେ ବ୍ୟକ୍ତି ଦଶହରାରେ ବ୍ୟାଗ ଭର୍ତ୍ତି ପୁରୁଣା ନୋଟ ନେଇ ଆସିଥିଲେ। କିନ୍ତୁ ପୁଲିସ ଜାଲରେ ଫସି ଯାଇଥିଲେ। ପୁଲିସ ଉକ୍ତ ବ୍ୟକ୍ତିଙ୍କ ଠାରୁ ୪୭ଲକ୍ଷ ଟଙ୍କାର ପୁରୁଣା ନୋଟ ଜବତ କରି ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମୁରେନା ଜିଲ୍ଲାର ବଡୋଖର ବାସିନ୍ଦା ଯାହାଙ୍କ ନାମ ସୁଲତାନ କରୋସିୟା ବୋଲି ଜଣାପଡ଼ିଛି।

ପୁଲିସ ଏହି ଘଟଣାକୁ ନେଇ କହିଛି କି, ଆମେ ଯେତେବେଳେ ଏହି ନୋଟକୁ ଜବତ କରିଥିଲୁ ଏହା ବିଧାନସଭା ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ବଣ୍ଟାଯିବା ପାଇଁ ନିଆଯାଉଥିବା ସନ୍ଦେହ କରିଥିଲୁ। କିନ୍ତୁ ଯେତେବେଳେ ଗିରଫ ଅଭିଯୁକ୍ତଙ୍କ ବୟାନ ସାମ୍ନାକୁ ଆସିଲା ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ।

ସୁଲତାନ ଏହି ଟଙ୍କାକୁ ବିମୁଦ୍ରୀକରଣ ହେବାର ୭ମାସ ପରେ ଏକ ଅଳିଆ ଗଦାରୁ ପାଇଥିଲେ। ଆଉ କ‌ାହାକୁ କିଛି ନକହି ନିଜ ପାଖରେ ରଖି ଦେଥିଲେ। ତାଙ୍କର ସାଙ୍ଗ ଜିତେନ୍ଦ୍ର କହିଥିଲେ କି ଦଶହରାରେ ଜଣେ ତାନ୍ତ୍ରିକ ରୀତିନୀତି ଅନୁସାରେ ଜିନିକୁ ଡାକନ୍ତି। ଆଉ ଯାହା ମାନସିକ ଥାଏ ତାହା ପୂରଣ କରନ୍ତି।

ଏମିତିକି ପୁରୁଣା ନୋଟକୁ ନୂଆ ବି କରି ଦିଅନ୍ତି। ଏହା ପ‌ରେ ସୁଲତାନ ୪୧ ଟି ବଣ୍ଡଲ ୧୦୦୦ ଟଙ୍କିଆ ନୋଟ ଏବଂ ୧୨ ଟି ବଣ୍ଡଲ ୫୦୦ ଟଙ୍କିଆ ନୋଟ ଏକ ବ୍ୟାଗରେ ଭରି ତାନ୍ତ୍ରିକ ପାଖକୁ ଯାଉଥିବା ବେଳେ ପୁଲିସ ତନଖିରେ ଧରାପଡ଼ି ଯାଇଥିଲେ।

ଏହି ଘଟଣାରେ ପୁଲିସ ତାଙ୍କ ସହଯୋଗୀ ଜିତେନ୍ଦ୍ର ଭଦୁରିଆଙ୍କୁ ମଧ୍ୟ ଗିରଫ କରିଛି। ବର୍ତ୍ତମାନ ତାନ୍ତ୍ରିକଙ୍କୁ ଧରିବା ପାଇଁ ପୁଲିସ ଯାଞ୍ଚ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button