ଓଡିଶା

ପଟିଆ ଇନ୍‌ଫୋସିଟି ପ୍ଲାଜାରେ ଖୋଲିଲା “ଓଡିଶ୍ରୀ ବିରିୟାନୀ ” ରେସ୍ତୋରାଁ

ଭୁବନେଶ୍ୱର ୦୭।୧୦ : ବର୍ତ୍ତମାନ ସମୟରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ରେସ୍ତୋରାଁ। ସାଙ୍ଗସାଥୀ ହେଉ କି ପରିବାର ଲୋକ ସହ ଏସି ରୁମରେ ଖାଦ୍ୟର ମଜ୍ଜା ନେଉଛନ୍ତି। ଏହାକୁ ନଜରରେ ରଖି ଭୁବନେଶ୍ବରରେ ଭଳିକି ଭଳି ରେସ୍ତୋରାଁ ଖୋଲିଛି। ଏହି କ୍ରମରେ ଇନଫୋସିଟି ପ୍ଲାଜା ପଟିଆରେ ଖୋଲିଛି “ଓଡିଶ୍ରୀ ବିରିୟାନୀ ” ରେସ୍ତୋରାଁ।

ତେବେ ଏହି ରେସ୍ତୋରାଁରେ ଇଣ୍ଡିଆନ, ଚାଇନିଜ୍, ତନ୍ଦୁର ମେନ୍ୟୁ ସହ ଅନେକ ଖାଦ୍ୟ ମିଳି ପାରିବ। ଅତିଥି ଭାବେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ବିଧାୟକ ଗୌତମ ବୁଦ୍ଧ ଦାସ, ଅଭିନେତ୍ରୀ ଆହାନା ବରାଳ, ଖ୍ୟାତନାମା ସେଫ୍ ସୁନୀଲ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକୁ ଉଦଘାଟନ କରି କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷରେ ଏହାର ଶାଖା ଖୋଲୁ ବୋଲି କହିଥିଲେ। ନିର୍ଦ୍ଦେଶିକା ସସ୍ମିତା ଦାଶଙ୍କ ସହ ସାମ୍ବାଦିକ ରାମଜୀବନ ଗୋଛାୟତ ଓ ବେଣୁଧର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ଥିଲେ। ଆଗାମୀ ଦିନରେ ଓଡିଶ୍ରୀ ଗ୍ଲୋବାଲ ଭେର୍ଣ୍ଣର ନାମକ କମ୍ପାନୀ ତରଫରୁ ରାଜ୍ୟର ଅନ୍ୟ ସ୍ଥାନରେ ଏହି ରେସ୍ତୋରାଁ ଖୋଲା ଯିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ପ୍ରକାଶ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button